ମଣିପୁରରେ ମହିଳାଙ୍କୁ ଉଲ୍ଲଗ୍ନ କରି ବୁଲାଇବା ଘଟଣାକୁ ନେଇ ମୋଦିଙ୍କ ଉଦବେଗ: ‘୧୪୦ କୋଟି ଭାରତୀୟଙ୍କ ଇଜ୍ଜତ ଯାଇଛି, କାହାରିକୁ ଛଡାଯିବନି’

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆଜିଠୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେଉଛି। ଏହା ପୂର୍ବରୁ ଆଜି ଗଣମାଧ୍ୟମକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏହି ଅବସରରେ ମଣିପୁରରେ ଦୁଇ ମିଳାଙ୍କୁ ଉଲଗ୍ନ କରି ବୁଲାଇବା ଘଟଣାରେ ସେ ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ମୁଁ ବହୁତ ଦୁଃଖିତ । ମୋ ହୃଦୟ ପୀଡା ଓ କ୍ରୋଧରେ ଭରି ରହିଛି । ମଣିପୁରରେ ଘଟିଥିବା ଘଟଣା ସମାଜ ପାଇଁ ନିନ୍ଦନୀୟ । ଏହି ଘଟଣା ମୋତେ ଚକିତ କରିଛି । ମଣିପୁର ମାଟି ଝିଅ ସହ ଘଟିଥିବା ଘଟଣାରେ ଦୋଷୀକୁ କେବେ କ୍ଷମା ଦିଆଯିବ ନାହିଁ । ମଣିପୁର ମୁଖ୍ୟମନ୍ତ୍ରୀଙ୍କୁ ମୁଁ ଅନୁରୋଧ କରୁଛି ସେ ରାଜ୍ୟରେ ଆଇନ ଶୃଙ୍ଖଳାକୁ ଆହରୁ ସୁଦୃଢ କରନ୍ତୁ । ବିଶେଷ କରି ମହିଳାଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ବ ଦିଅନ୍ତୁ । ରାଜସ୍ଥାନ ହେଉ ବା ଛତିଶଗଡ ବା ମଣିପୁର ଦେଶରେ ଯେଉଁଠି ଏପରି ଘଟଣା ଘଟୁଛି ସେଠାରେ ଦୋଷୀକୁ କେବେ ଛଡା ଯିବ ନାହିଁ । ଏହି ଘଟଣା ରାଜନୀତିରୁ ଊର୍ଦ୍ଧ୍ବରେ ବୋଲି ମୋଦି କହିଛନ୍ତି।

ପ୍ରକାଶ ଥାଉ କି, ଆଜିଠୁ ଅଗଷ୍ଟ 11 ପର୍ଯ୍ୟନ୍ତ ଚାଲିବ ସଂସଦର ମୌସୁମୀ ଅଧିବେଶନ ଚାଲିବ । ଏହି 23 ଦିନିଆ ଅଧିବେଶନରେ କେନ୍ଦ୍ର ସରକାର 31ଟି ବିଲ ଆଣିବାକୁ ଯାଉଛନ୍ତି । ସ୍ବଳ୍ପକାଳୀନ ଅଧିବେଶନ ହୋଇଥିଲେ ମଧ୍ୟ ପୁରା ସଂସଦ ସରଗରମ ହେବ । କାରଣ କେନ୍ଦ୍ର ସରକାର ଏକାଧିକ ଗୁରୁତ୍ବପୂର୍ଣ୍ଣ ବିଲ ଆଣୁଥିବାରୁ ଏହାକୁ ନେଇ ସରକାର-ବିରୋଧୀ ମୁହାଁମୁହିଁ ହୋଇପାରନ୍ତି । ବିରୋଧୀ ବିଭିନ୍ନ ପ୍ରସଙ୍ଗକୁ ମୁଦ୍ଦା କରି ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ରହିଛି । ସଂସଦ ମୌସୁମୀ ଅଧିବେଶନର ସୁପରିଚାଳନା ପାଇଁ ଗତକାଲି (ବୁଧବାର) କେନ୍ଦ୍ର ସରକାର ସର୍ବଦଳୀୟ ବୈଠକ ଡାକିଥିଲେ । ସେପଟେ ମୌସୁମୀ ଅଧିବେଶନ ଆରମ୍ଭ ପୂର୍ବରୁ ସଂସଦ ଏଲଓପି ଚାମ୍ବରରେ ବିରୋଧୀ ଦଳ ନେତାଙ୍କର ବୈଠକ ବସିଛି । ରଣନୀତି ନେଇ ଆଲୋଚନା କରିଛନ୍ତି ।

Related Posts