ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଲାଞ୍ଚ ନେଇ ଧରାପଡ଼ିଲେ ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଆଇଆଇସି। ହରଭଙ୍ଗା ଥାନା ଆଇଆଇସି ପୁଷ୍ପଲତା ରାଉତରାୟଙ୍କୁ ଲାଞ୍ଚ ନେବା ସମୟରେ ଧରିଛି ଭିଜିଲାନ୍ସ ଟିମ୍। ଜବତ ହୋଇଥିବା ବାଲିଗାଡିକୁ ଛାଡିବାକୁ ହରଭଙ୍ଗା ଥାନା ଆଇଆଇସି ପୁଷ୍ପଲତା ରାଉତରାୟ ୧ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଧରିଛି ବ୍ରହ୍ମପୁର ଭିଜିଲାନ୍ସ ଟିମ।
ମିଳିଥିବା ସୂଚନା ଅନୁସାରେ ବାଲି ଘାଟ ଠିକାଦାର ଫୁଲବାଣୀର ଶରତ ବେହେରାଙ୍କର ସିଜ ହୋଇଥିବା ହାଇୱା ଛାଡିବା ସହ ବାଲିଘାଟରେ ବାଲି ଉଠାଣ ନିୟମ କହୋଳ ପାଇଁ ଆଇଆଇସି ପୁଷ୍ପଲତା ରାଉତରାୟ ଲାଞ୍ଚ ମାଗିଥିଲେ। ସିଜ ହୋଇଥିବା ଗାଡିକୁ ଛାଡିବା ସହ ବାଲି ଘାଟରୁ ବାଲି ଉଠାଣ ନିୟମ କହୋଳ ପାଇଁ ଏକ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ଶରତ ବେହେରା ଭିଜିଲାନ୍ସକୁ ଜଣାଇଥିଲେ। ଆଜି ସମ୍ପୃକ୍ତ ଠିକାଦାର ଲଫାପାରେ ହରଭଙ୍ଗା ଥାନା ଆଇଆଇସି ପୁଷ୍ପଲତା ରାଉତରାୟଙ୍କୁ ଏକ ଲକ୍ଷ ଟଙ୍କା ଦେଲା ବେଳେ ମାଡି ବସିଛି ଭିଜିଲାନ୍ସ ଟିମ।





