ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବାକୁ ଗଜପତିଙ୍କୁ ଚିଠି ଲେଖିଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଭତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ଗଜପତି ମହାରାଜଙ୍କୁ ଚିଠି ଲେଖିଲେ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଶ୍ରୀମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଗଜପତି ଦିବ୍ୟସିଂହ ଦେବ ମହାରାଜଙ୍କୁ ସୁଦର୍ଶନ ପଟ୍ଟନାୟକ ଚିଠି ଲେଖିଛନ୍ତି । ରତ୍ନଭଣ୍ଡାରୁ ଖୋଲିବାକୁ ସରକାରଙ୍କୁ ପରିଚାଳନା କମିଟି ନିବେଦନ କରୁ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ସୁଦର୍ଶନ ।

ରତ୍ନଭଣ୍ଡାର ଖୋଲିବାକୁ ସରକାରଙ୍କୁ ପରିଚାଳନା କମିଟି କହୁ । ପରିଚାଳନା କମିଟିର ଏଜେଣ୍ଡା ଭାବେ ଏହି ପ୍ରସଙ୍ଗ କାହିଁକି ଆଲୋଚନା ହେଉନି? ସୁରକ୍ଷା ଏବଂ ଭକ୍ତଙ୍କ ଭାବବେଗ ଦୃଷ୍ଟିରୁ ଏହା କମିଟିରେ ଆଲୋଚନା ହେଉ ବୋଲି ଚିଠିରେ ଲେଖିଛନ୍ତି ସୁଦର୍ଶନ ପଟ୍ଟନାୟକ ।

ଏହା ବ୍ୟତୀତୀ ଭକ୍ତମାନଙ୍କ ପାଇଁ ଶ୍ରୀମନ୍ଦିରର ଚାରି ଦ୍ୱାର ଶ୍ରୀଘ୍ର ଖୋଲିବାକୁ ମଧ୍ୟ ସେ ନିବେଦନ କରିଛନ୍ତି । ପୁରୀବାସୀଙ୍କ ପାଇଁ ଯଥାଶୀଘ୍ର ଅତି କମ୍‌ରେ ଗୋଟିଏ ଦ୍ୱାର ଖୋଳିବା ଦରକାର ବୋଲି ଚିଠିରେ କହିଛନ୍ତି ସୁଦର୍ଶନ ପଟ୍ଟନାୟକ ।

Related Posts