ବଢୁଛି ହୀରାକୁଦର ଜଳସ୍ତର: ଆସନ୍ତାକାଲି ଖୋଲାଯିବ ୫ଟି ଗେଟ୍, ନିଷ୍କାସିତ ହେବ ବର୍ଷର ପ୍ରଥମ ବନ୍ୟାଜଳ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆସନ୍ତାକାଲି ଅର୍ଥାତ୍ ଜୁଲାଇ ୨୩ରେ ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍ । ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ । ଏଥିପାଇଁ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି । ପ୍ରଥମେ ୭ ନମ୍ବର ଗେଟ୍ ଖୋଲି ପ୍ରଥମ ବନ୍ୟାଜଳ ନିଷ୍କାସନ ହେବ ।
ସେହିକ୍ରମରେ ରବିବାର ବାମ ପାର୍ଶ୍ୱର ୩ ଟି ଓ ଡାହାଣ ପାର୍ଶ୍ବର ୨ଟି ଗେଟ୍ ଖୋଲି ମୋଟ ୫ଟି ଗେଟ୍ ଖୋଲାଯିବ।

ସେପେଟ ଛତିଶଗଡ ତାର ସମସ୍ତ ବ୍ୟାରେଜର ଗେଟ୍ ଗୁଡିକୁ ଖୋଲି ଦେଇଛି । ଜଳଭଣ୍ଡାରକୁ ବର୍ତ୍ତମାନ ପ୍ରତି ସେକେଣ୍ଡରେ ୬୮ ହଜାର କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୩୮,୧୧୯ କ୍ୟୁସେକ ଜଳ ନିଷ୍କାସନ କରାଯାଉଛି ।

ସୂଚନା ଥାଉକି, ଉପରମୁଣ୍ଡରେ ଲଗାତର ବର୍ଷା ଯୋଗୁଁ ହୀରାକୁଦର ଜଳସ୍ତର ବୃଦ୍ଧି ପାଉଛି । ଆଜି ସକାଳ ସୁଦ୍ଧା ଜଳସ୍ତର ରହିଛି ୬୧୪.୧୫ ଫୁଟ । ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୯୧ହଜାର ୨୪୦ ଘନଫୁଟ ପାଣି ପଶୁୁଥିବା ବେଳେ ୩୯ହଜାର ୫୮୨ ଘନଫୁଟ ପାଣି ନିଷ୍କାସିତ ହେଉଛି । ଖବର ଅନୁଯାୟୀ, ରବିବାର ଦିନ ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟା ଜଳ ଛଡାଯିବ ।

ସକାଳ ୯ଟାରେ ଡ୍ୟାମର ବାମ ପାର୍ଶ୍ବ ୭ନମ୍ବର ଗେଟ୍ ରୁ ବନ୍ୟା ଜଳ ନିସ୍କାସନ ହେବ । ଏହା ଆଗରୁ ତଳିଆ ଅଞ୍ଚଳରେ ଲୋକଙ୍କୁ ସତର୍କ କରାଯାଇଛି । ଗେଟ୍ ଖୋଲିବା ସମୟରେ ନଦୀ ମଧ୍ୟକୁ ନଯିବା ପାଇଁ ବାରଣ କରାଯାଇଛି । ତଳ ମୁଣ୍ଡର ୧୪ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରାଯାଇଛି।

Related Posts