ସଠିକ ସମୟ ଆସିଲେ ଖୋଲାଯିବ ଶ୍ରୀମନ୍ଦିର ଚାରି ଦ୍ୱାର: ପ୍ରମିଳା ମଲ୍ଲିକ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କରୋନା ସମୟରେ ଶ୍ରୀମନ୍ଦିରର ଗୋଟିଏ ଦ୍ୱାର ଖୋଲାଯାଇ ଅନ୍ୟ ଦ୍ୱାର ବନ୍ଦ କରାଯାଇଥିଲା । ଏବେ ସେଭଳି ପରିସ୍ଥିତି ନଥିଲେ ମଧ୍ୟ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଚାରି ଦ୍ୱାରା ଖୋଲାଯାଇ ନାହିଁ | ଯାହାକୁ ପୁରୀ ବାସିନ୍ଦାଙ୍କ ଠାରୁ ନେଇ ଭକ୍ତଙ୍କ ମହଲରେ ନାପସନ୍ଦ କରାଯାଇଛି | ଏହି ପ୍ରସଙ୍ଗରେ ବୟାନବାଜୀ ମଧ୍ୟ ଆରମ୍ଭ ହୋଇଛି | ଖୁବଶୀଘ୍ର ଶ୍ରୀମନ୍ଦିର ଚାରିଦ୍ୱାର ଭକ୍ତଙ୍କ ପାଇଁ ଖୋଲିବାକୁ ଆଜି ଦାବି କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର |

ସେପଟେ ଏହି ପ୍ରସଙ୍ଗରେ ଧର୍ମେନ୍ଦ୍ର ଓ ନରସିଂହଙ୍କ ମତକୁ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ବିରୋଧ କରିଛନ୍ତି। ସେ କହିଛନ୍ତି ଯେ,ଏବେ ପରିକ୍ରମା ପ୍ରକଳ୍ପ କାମ ଚାଲିଛି। ଖାଲଖମା ହୋଇଛି। ସେଥିପାଇଁ ଶ୍ରୀମନ୍ଦିର ୪ ଦ୍ୱାର ପ୍ରବେଶ ନିମନ୍ତେ ଖୋଲା ହୋଇନି। ଯଦି ଭକ୍ତ ମାନେ ୪ ଦ୍ୱାର ଦେଇ ଯିବେ ତେବେ ଆହତ ହେବାର ଆଶଙ୍କା ରହିଛି। ତେଣୁ ସଠିକ ସମୟ ଆସିଲେ ୪ ଦ୍ୱାର ଖୋଲାଯିବ। ରାଜ୍ୟ ସରକାର କୌଣସି ଥିରେ ପ୍ରତିବନ୍ଧକ ହୋଇନାହାନ୍ତି। ଜାଣିଶୁଣି ସରକାର ଭକ୍ତଙ୍କ ନିମନ୍ତେ ୪ ଦ୍ୱାର ପ୍ରବେଶ ବନ୍ଦ କରିନାହାନ୍ତି। ଯେତେବେଳେ ଆବଶ୍ୟକ ହେବ ନିଶ୍ଚିତ ପକ୍ଷେ ଖୋଲାଯିବ ବୋଲି ପ୍ରମିଳା କହିଛନ୍ତି।

Related Posts