ଝାରସୁଗୁଡ଼ା ଜିଲ୍ଲା ଦୌରା ଜଜଙ୍କ କୋର୍ଟରେ ଦୋଷ ସ୍ୱୀକାର କଲା ଗୋପାଳ ଦାସ !

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ବୁଧବାର ଝାରସୁଗୁଡ଼ା ଜିଲ୍ଲା ଦୌରା ଜଜଙ୍କ କୋର୍ଟରେ ଆଜି ହାଜର ହୋଇଛି ଅଭିଯୁକ୍ତ ଗୋପାଳ ଦାସ। ଗତ ୧୩ ତାରିଖରେ ଗୋପାଳକୁ ଝାରସୁଗୁଡ଼ା ଜେଏମ୍ଏଫ୍ସି କୋର୍ଟରେ ହାଜର କରାଯାଇଥିଲା। ଏହାପରେ ମାମଲା ଉପର କୋର୍ଟକୁ ସ୍ଥାନାନ୍ତର ହୋଇଥିଲା। ବୁଧବାର ଜିଲ୍ଲା ଜଜଙ୍କ କୋର୍ଟରେ ଗୋପାଳର ପ୍ରଥମ ହାଜିରା ହେବା ପରେ ମାମଲା ଏଡିଜେ କୋର୍ଟକୁ ସ୍ଥାନାନ୍ତର ହୋଇଥିଲାl ଗୋପାଳ ଓକିଲ ଦେବାକୁ ମନା କରିବାରୁ ଷ୍ଟେଟ ଡିଫେନ୍ସ ଓକିଲ ନରେଶ ନାୟକଙ୍କୁ ଗୋପାଳର ମାମଲା ପରିଚାଳନା ପାଇଁ ନିଯୁକ୍ତ କରାଯାଇଛିl

ସେପଟେ ଆଜି ଗୋପାଳ ଏହି ମାମଲାରେ କୋର୍ଟଙ୍କ ଆଗରେ ନିଜର ଦୋଷ ସ୍ୱୀକାର କରିବାକୁ ପ୍ରସ୍ତୁତ ଥିବା କହିଥିଲା | ହେଲେ ପରବର୍ତ୍ତୀ ଶୁଣାଣୀରେ ସମୟରେ ଏକଥା କହିବାକୁ ବିଚାରପତି କହିଥିଲେ ବୋଲି ଆଇନଜୀବୀ ସତ୍ୟ ନାରାୟଣ ବହିଦାର ସୂଚନା ଦେଇଛନ୍ତିl ଏହାସହିତ କ୍ରାଇମବ୍ରାଞ୍ଚ ଏହି ମାମଲାର ଚାର୍ଜସିଟରେ ହତ୍ୟାକାଣ୍ଡର ଉଦେଶ୍ୟ ସମ୍ପର୍କରେ ଉଲ୍ଲେଖ ନକରି କେବଳ କାହାଣୀ ଲେଖିଛି ବୋଲି ଶ୍ରୀ ବହିଦାର କହିଛନ୍ତି |

ଆସନ୍ତା ଅଗଷ୍ଟ 9 ତାରିଖରେ ଗୋପାଳର ପରବର୍ତ୍ତୀ ହାଜିରା ଥିବା ବେଳେ ସେହି ଦିନ ତା ବିରୋଧରେ ଚାର୍ଜ ଫ୍ରେମ ହେବ ବୋଲି ସୂଚନା ମିଳିଛିl ଆଜି କଡ଼ା ସୁରକ୍ଷା ବଳୟ ମଧ୍ୟରେ ଗୋପାଳକୁ ଚୌଦ୍ବାର ଜେଲରୁ ଝାରସୁଗୁଡ଼ାକୁ ଅଣାଯାଇଥିଲା। ଏଥିପାଇଁ ପୁଲିସ୍ ପକ୍ଷରୁ ଆବଶ୍ୟକୀୟ ବ୍ୟବସ୍ଥା ମଧ୍ୟ କରାଯାଇଥିଲାl

Related Posts