ଜେଇ ମେନ୍‌ ପ୍ରଶ୍ନପତ୍ର ଲିକ୍ ମାମଲା: ୫୫ ପରୀକ୍ଷାର୍ଥୀଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କଲା OSSC

ଭୁବନେଶ୍ଵର (ସତ୍ୟପାଠ ବ୍ୟୁରୋ): ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିଶନ ଦ୍ବାରା ପରିଚାଳିତ ଜେଇ ମେନ୍‌ ସିଭିଲ୍‌ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାରେ ବାଲେଶ୍ବର ଏସ୍‌ପିଙ୍କ ଚିଠି ପରେ ତତ୍ପରତା ପ୍ରକାଶ ପାଇଛି । OSSC ପକ୍ଷରୁ ପରୀକ୍ଷାର୍ଥୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି । ୫୫ ପରୀକ୍ଷାର୍ଥୀଙ୍କୁ OSSC କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛି । ନିଯୁକ୍ତିରୁ କାହିଁକି ଆଜୀବନ ବାସନ୍ଦ କରାଯିବନି ସେ ନେଇ କାରଣ ଦର୍ଶାଇବାକୁ ନୋଟିସ୍‌ରେ ଉଲ୍ଲେଖ ରହିଛି ।

ସୂଚନାଯୋଗ୍ୟ ଯେ, ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିଶନ ଦ୍ବାରା ପରିଚାଳିତ ଜେଇ ମେନ୍‌ ସିଭିଲ୍‌ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ମାଷ୍ଟର ମାଇଣ୍ଡକୁ ଗିରଫ କରିଛି ବାଲେଶ୍ବର ପୋଲିସ । ଏହି ଘଟଣାରେ ସଂପୃକ୍ତ ଥିବା ୯ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି ।ଓଏସଏସସି ପ୍ରଶ୍ନପତ୍ର ବିଭ୍ରାଟ ମାମଲାରେ OSSC ସେକ୍ରେଟାରୀଙ୍କୁ ବାଲେଶ୍ବର ଏସପି ସାଗରିକା ନାଥ ଚିଠି ଲେଖିଥିଲେ । ଏହି ମାମଲାରେ ୯୨ଜଣ ପରୀକ୍ଷାର୍ଥୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି ଲେଖିଥିଲେ । ଏହି ପରୀକ୍ଷାର୍ଥୀମାନେ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର କିଣିବା ପାଇଁ ଡିଲ୍‌ କରିଥିଲେ ବୋଲି ସେ ଚିଠିରେ ଉଲ୍ଲେଖ କରିଥିଲେ । ଏଥିସହ ଏହି ପରୀକ୍ଷାର୍ଥୀଙ୍କ ତାଲିକା ମଧ୍ୟ OSSC ସେକ୍ରେଟାରୀଙ୍କୁ ବାଲେଶ୍ବର ଏସପି ଦେଇଥିଲେ । ସେହିପରି ଏହି ମାମଲାରେ ଗିରଫ ୧୭ ଜଣଙ୍କ ମଧ୍ୟରୁ କେତେକ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅଧୀନରେ ଚାକିରି କରିଥିଲେ । ସେମାନଙ୍କ ଅଥରିଟିଙ୍କୁ ଅଭିଯୁକ୍ତଙ୍କ ବିରୁଦ୍ଧରେ ଆକ୍ସନ ପାଇଁ ବାଲେଶ୍ବର ଏସ୍‌ପି ଚିଠି ଲେଖି ଜଣାଇଥିଲେ ।

Related Posts