ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି)ର ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବ ୨୦୨୪ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ ଏକ ପୂର୍ବାନୁମାନ କରିଛନ୍ତି। ସେ ଦାବି କରିଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨ ଲୋକସଭା ନିର୍ବାଚନରେ ନିଜର ପରାଜୟକୁ ନେଇ ଚିନ୍ତାରେ ଅଛନ୍ତି। ପରାଜୟ ପରେ ସେ ବିଦେଶର କୌଣସି ସୁରକ୍ଷିତ ସ୍ଥାନରେ ରହିବାକୁ ପ୍ରସ୍ତୁତି ମଧ୍ୟ ଆରମ୍ଭ କରି ଦେଇଛନ୍ତି ବୋଲି ଲାଲୁ କହିଛନ୍ତି।
କିଛି ଦିନ ତଳେ ବିରୋଧୀଙ୍କୁ ସମାଲୋଚନା କରିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ‘ଭାରତ ଛାଡ଼’ ଶବ୍ଦର ବ୍ୟବହାର କରିଥିଲେ। ଏଥିସହ ବିରୋଧୀ ନୂଆ କରି ଗଠନ କରିଥିବା ଇଣ୍ଡିଆ ମେଣ୍ଟକୁ ଦୁର୍ନୀତିଗ୍ରସ୍ତ, ବଂଶବାଦ ଓ ଧ୍ରୁବୀକରଣ ରାଜନୀତିର ଅଂଶବିଶେଷ ବୋଲି କହି ସମାଲୋଚନା କରିଥିଲେ।
ଏହାର ଜବାବରେ ଲାଲୁ କହିଛନ୍ତି, “ମୋଦି ହିଁ ଦେଶ ଛାଡ଼ିବାକୁ ଯୋଜନା କରୁଛନ୍ତି। ଖାସ ଏହି କାରଣ ପାଇଁ ସେ ଗୋଟିଏ ପରେ ଗୋଟିଏ ଦେଶକୁ ବୁଲିବାକୁ ଯାଉଛନ୍ତି। ସେ ଏମିତି ଏକ ସ୍ଥାନ ଖୋଜୁଛନ୍ତି ଯେଉଁଠାରେ ସେ ସୁରକ୍ଷିତ ଭାବେ ମଉଜ କରିବା ସହ ନିଜର ପିଜା, ମୋମୋ ଓ ଚାୱମିନକୁ ଉପଭୋଗ କରିପାରିବେ।” ତେବେ ଲାଲୁଙ୍କ ଏପରି ମନ୍ତବ୍ୟ ଶୁଣି ଉପସ୍ଥିତ ଲୋକେ ହସିଉଠିଥିଲେ।





