ଭୁବନେଶ୍ଵର (ସତ୍ୟପାଠ ବ୍ୟୁରୋ): ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଚିତା ମୃତ୍ୟୁ ଥମୁନି । ଗୋଟିଏ ପରେ ଗୋଟିଏ ଚିତ୍ତା ପ୍ରାଣ ହରାଉଛନ୍ତି । ବୁଧବାର ସକାଳୁ ପୁଣି ଏକ ଚିତ୍ତାର ମୃତ୍ୟୁ ହୋଇଛି । ମାଇ ଚିତା ଧାତ୍ରୀର ଜୀବନ ଯାଇଛି । କୁନୋ ନ୍ୟାସନାଲ ପାର୍କ ମୁଖ୍ୟ ବନ ସଂରକ୍ଷଣ ଅସିମ ଶ୍ରୀବାସ୍ତ ଏନେଇ ସୂଚନା ଦେଇଛନ୍ତି ।
କୁନୋ ଜାତୀୟ ଉଦ୍ୟାନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଚିତା ମୃତ୍ୟୁ ନେଇ ଏକ ବିଜ୍ଞପ୍ତି ଜାରି ହୋଇଛି ।ବୟାନରେ କୁହାଯାଇଛି, ମାଇ ଚିତା ଧାତ୍ରୀର ମୃତ୍ୟୁର କାରଣ ଜାଣିବା ପାଇଁ ପୋଷ୍ଟମର୍ଟମ କରାଯାଉଛି । ରିପୋର୍ଟ ଆସିଲେ ମୃତ୍ୟୁର ଅସଲ କାରଣ ଜଣାପଡ଼ିବ । ଏହାଛଡ଼ା ବୟାନରେ କୁହାଯାଇଛି ଯେ, ମଧ୍ୟପ୍ରଦେଶ କୁନୋରେ ୧୪ ଚିତ୍ତା ଏବେ ସୁସ୍ଥ ଅଛନ୍ତି । କୁନୋ ପ୍ରାଣୀଧନ ଚିକିତ୍ସିକ ଏବଂ ନାମ୍ବିଆର ବିଶେଷଜ୍ଞ ଦଳ ଲଗାତାର ଚିତ୍ତା ସ୍ବାସ୍ଥ୍ୟ ପରୀକ୍ଷା କରୁଛନ୍ତି ।
ଭାରତରୁ ବିଲୁପ୍ତ ଚିତାଙ୍କ ବଂଶ ବୃଦ୍ଧି ପାଇଁ ୭୦ ବର୍ଷ ପରେ ଆରମ୍ଭ ହୋଇଥିଲା ଚିତା ପ୍ରୋକେକ୍ଟ। ଏହି ପ୍ରୋଜେକ୍ଟ ଅନୁଯାୟୀ ଦୁଇ ପର୍ଯ୍ୟାୟରେ ଦକ୍ଷିଣ ଆଫ୍ରିକା ଏବଂ ନାମିବ୍ୟାରୁ ୨୦ ଚିତା ଭାରତ ଅଣାଯାଇଥିଲା। ପରେ ଗୋଟିଏ ମାଈ ଚିତା ଚାରି ଶାବକଙ୍କୁ ଜନ୍ମ ଦେବା ପରେ ସଂଖ୍ୟା ୨୪ରେ ପହଞ୍ଚିଥିଲା। କିନ୍ତୁ ଗତ ପାଞ୍ଚ ମାସରେ ୯ ଚିତାଙ୍କ ମୃତ୍ୟୁ ପରେ ଏବେ କୁନୋରେ ଚିତା ସଂଖ୍ୟା ୧୪ରେ ପହଞ୍ଚିଛି। ଯାହାକୁ ନେଇ ଚିନ୍ତା ବଢ଼ିଛି।





