ମହାନଦୀରେ ବନ୍ୟା ସ୍ଥିତି ଭିତରେ ୨ଟି ଗେଟ୍ ଖୋଲିଲା ହୀରାକୁଦ, ପ୍ରତି ସେକେଣ୍ଡରେ ନିଷ୍କାସିତ ହେଉଛି ୬୭ ହଜାର ୮୬୧ କ୍ୟୁସେକ୍ ଜଳ

ଭୁବନେଶ୍ଵର (ସତ୍ୟପାଠ ବ୍ୟୁରୋ): ପ୍ରବଳ ବର୍ଷା କାରଣରୁ ମହାନଦୀରେ ଦେଖାଦେଇଛି ବନ୍ୟା ପରିସ୍ଥିତି। ଏଭଳି ସ୍ଥଳେ ଜଳସ୍ତର ବୃଦ୍ଧି ପାଇବାରୁ ଆଉ ୨ଟି ଗେଟ୍ ଖୋଲିଛି ହୀରାକୁଦ । ଏବେ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ୬୧୦ ଫୁଟ୍ ରହିଛି । ଏବେ ହୀରାକୁଦକୁ ପ୍ରତି ସେକେଣ୍ଡକୁ ୧ ଲକ୍ଷ ୫୯ ହଜାର ୭୨୪ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୬୭ ହଜାର ୮୬୧ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି ।

ଏସବୁ ଭିତରେ ମହାନଦୀ ଏବେ ଫୁଲିବା ଆରମ୍ଭ କରିଛି । ମହାନଦୀରେ ବନ୍ୟା ଜଳ ଆସିବା କାରଣରୁ ମୁଣ୍ଡୁଳିରେ ଏବେ ୮ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଛି ।ସକାଳ ୯ଟା ସୁଦ୍ଧା ୭ ଲକ୍ଷ ୯୮ ହଜାର କ୍ୟୁସେକ ଜଳ ମୁଣ୍ଡଳୀରେ ପ୍ରବାହିତ ହେଉଥିଲା । ସମ୍ଭାବ୍ୟ ବନ୍ୟା ଓ ଯେକୌଣସି ପରିସ୍ଥିତିକୁ ଦୃଷ୍ଟିରେ ରଖି ୧୫ ଜିଲ୍ଲା ପାଇଁ ମୁତୟନ ହୋଇଛନ୍ତି ଟିମ୍ । ୮ଟି ଏନଡିଆରଏଫ୍ ଓ ୧୩ଟି ଓଡ୍ରାଫ୍ ଟିମକୁ ସଜାଗ ରଖାଯାଇଥିବା ବେଳେ ଅଗ୍ନିଶମ ବାହିନୀର ଅତିରିକ୍ତ ୨୩ଟି ଟିମ୍ ମୁତୟନ କରାଯାଇଛି । ୧୫ଟି ଜିଲ୍ଲା ପାଇଁ ପ୍ରଶାସନ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Related Posts