ଭୁବନେଶ୍ଵର (ସତ୍ୟପାଠ ବ୍ୟୁରୋ): ଜ୍ଞାନବ୍ୟାପୀ ମସଜିଦରେ ASI ସର୍ଭେକୁ ନେଇ ଆଲ୍ଲାବାଦ୍ ହାଇକୋର୍ଟଙ୍କ ଆଦେଶ ବିରୋଧରେ ମୁସଲିମ ପକ୍ଷ ଅଞ୍ଜୁମନ ଇନ୍ତଜାମିଆ ମସଜିଦ କମିଟି ଗୁରୁବାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି । ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୁଡଙ୍କ ସମ୍ମୁଖରେ ଏଏସଆଇର ସର୍ଭେ ରୋକିବାକୁ ଓକିଲ ନିଜାମ ପାଶା ଦାବି କରିଛନ୍ତି ।
ସେ କହିଛନ୍ତି ଯେ, ତୁରନ୍ତ ବିଚାର କରିବା ପାଇଁ ଆମେ ଏକ ଇମେଲ ମଧ୍ୟ ପଠାଇଛୁ ଯାହାରର ଉତ୍ତରରେ ପ୍ରଧାନ ବିଚାରପତି କହିଛନ୍ତି, ଶୀଘ୍ର ଏହି ମାମଲାର ବିଚାର କରି ନିର୍ଦ୍ଦେଶ ଦିଆଯିବ ।
ସେପଟେ ହିନ୍ଦୁ ପକ୍ଷଙ୍କ ତରଫରୁ ଆବେଦନକାରୀ ରାଖୀ ସିଂ ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଏକ caveat ଦାଖଲ କରିଛନ୍ତି । ଲୋୟର କୋର୍ଟର ଆବେଦନକାରୀ ରାଖୀ ସିଂ ମୁସଲିମ ପକ୍ଷର ଆବେଦନ ଉପରେ କୌଣସି ଆଦେଶ ନଦେବାକୁ ଦାବି କରିଛନ୍ତି । ତେବେ ଆଜି ଆହ୍ଲାବାଦ ହାଇକୋର୍ଟ ଜ୍ଞାନବ୍ୟାପୀ ପରିସରରେ ASI ସର୍ଭେକୁ ସମର୍ଥନ କରିଛନ୍ତି ।
ବାରାଣାସୀ ଜିଲ୍ଲା କୋର୍ଟଙ୍କ ନିଷ୍ପତ୍ତିକୁ ଆହ୍ଲାବାଦ ହାଇକୋର୍ଟ ସମର୍ଥନ କରିଛନ୍ତି। କୋର୍ଟ କହିଛନ୍ତି ଯେ, ଏଏସଆଇ ସର୍ଭେ ଦ୍ୱାରା ବିଲ୍ଡିଂରେ କୌଣସି କ୍ଷତି ହେବ ନାହିଁ। ନ୍ୟାୟ ହିତରେ ଏକ ସର୍ଭେ କରିବା ଆବଶ୍ୟକ । ହାଇକୋର୍ଟଙ୍କ ନିଷ୍ପତ୍ତି ପରେ ସର୍ଭେ ଉପରେ ପ୍ରତିବନ୍ଧକ ହଟାଇ ଦିଆଯାଇଛି ଏବଂ ବର୍ତ୍ତମାନ ଜ୍ଞାନବ୍ୟାପୀରେ ସର୍ଭେ ଯେକୌଣସି ସମୟରେ ଆରମ୍ଭ ହୋଇପାରିବ।
ବାରାଣାସୀର କାଶୀ ବିଶ୍ୱନାଥ ମନ୍ଦିର ନିକଟରେ ଥିବା ମସଜିଦ କମ୍ପ୍ଲେକ୍ସର ASI ସର୍ଭେକୁ ଚ୍ୟାଲେଞ୍ଜ କରି ଅଞ୍ଜୁମାନ ଇନ୍ତଜାମିଆ ମସଜିଦ କମିଟିର ଏକ ଆବେଦନକୁ ଆହ୍ଲାବାଦ ହାଇକୋର୍ଟ ଖାରଜ କରିଦେଇଛନ୍ତି । ଅଞ୍ଜୁମାନ ଇନ୍ତଜାମିଆ ମସଜିଦ କମିଟି ବାରାଣାସୀ ଜିଲ୍ଲା ଜଜଙ୍କ ଆଦେଶକୁ ଜୁଲାଇ 21 ଚ୍ୟାଲେଞ୍ଜ କରିଥିଲା ।
ଜ୍ଞାନବାପି ସର୍ଭେ ମାମଲାରେ ହିନ୍ଦୁ ଦଳର ପ୍ରତିନିଧିତ୍ୱ କରୁଥିବା ଓକିଲ ବିଷ୍ଣୁ ଶଙ୍କର ଜୈନଙ୍କ ସୂଚନା ଅନୁସାରେ, ଆହ୍ଲାବାଦ ହାଇକୋର୍ଟ ବାରଣାସୀ ଜିଲ୍ଲା କୋର୍ଟଙ୍କ ରାୟକୁ କାଏମ ରଖିଥିଲେ ଏବଂ ମୁସଲିମ୍ ପକ୍ଷଙ୍କ ଆବେଦନକୁ ଖାରଦ କରିଛନ୍ତି । ସେ ଆହୁରି କହିଛନ୍ତି, ଜିଆନଭାପି ମସଜିଦ କମ୍ପ୍ଲେକ୍ସର ASI ସର୍ଭେ ସ୍ଥଗିତ ରହିବ ନାହିଁ। ହାଇକୋର୍ଟ ଅଧିବେଶନ କୋର୍ଟର ଆଦେଶକୁ ସମର୍ଥନ କରିଛନ୍ତି। ୨୭ ଜୁଲାଇରେ କୋର୍ଟ ଏହଂ ମାମଲାର ଫଇସଲାକୁ ସୁରକ୍ଷିତ ରଖିଥିଲେ । ଆଜି ଏହି ମାମଲାର ରାୟ ପ୍ରକାଶ କରାଯାଇଥିଲା ।
ସୂଚନାଥାଉ ଯେ, ହିନ୍ଦୁ ପକ୍ଷ ଦାବି ଅନୁସାରେ, ମନ୍ଦିରର ଭଗ୍ନସ୍ତୁପ ଉପରେ ମସଦିଜ ନିର୍ମାଣ କରାଯାଇଛି । ଏନେଇ ଉଚିତ୍ ସର୍ଭେର ଆବଶ୍ୟକତା ରହିଛି ବୋଲି ଦାବି କରାଯାଉଛି । ତେବେ ତଳ କୋର୍ଟ ଏହି ଆବେଦନ ଗ୍ରହଣ କରି ସର୍ଭେ ପାଇଁ ଅନୁମତି ଦେଇଥିଲେ । ହେଲେ ପ୍ରଥମେ ଜୁଲାଇ ୨୪ ତାରିଖରେ ସୁପ୍ରିମକୋର୍ଟ ଏବଂ ପରେ ଆହ୍ଲାବାଦ ହାଇକୋର୍ଟ ସର୍ଭେ ଉପରେ ରୋକ ଲଗାଇଥିଲେ ।





