ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ନର୍ସିଂ ଅଫିସର ନିଯୁକ୍ତିକୁ ନେଇ ହାଇକୋର୍ଟ ବଡ଼ ରାୟ ଦେଇଛନ୍ତି। ଫଳରେ ୭୪୮୩ ନର୍ସିଂ ଅଫିସର ପଦବୀ ପୂରଣ ପାଇଁ ବାଟ ଫିଟିଛି। ମେ’ ୧ ତାରିଖର ଅନ୍ତରୀଣ ନିର୍ଦ୍ଦେଶରେ ହାଇକୋର୍ଟ ପରିବର୍ତ୍ତନ କରିଛନ୍ତି। କେବଳ ଆବେଦନକାରୀ ଫାର୍ମାସିଷ୍ଟଙ୍କ ପାଇଁ ପଦବୀ ସଂରକ୍ଷିତ ରହିବ।
ଅନ୍ୟ ପଦବୀରେ ସରକାର ନିଯୁକ୍ତି ଦେଇପାରିବେ ବୋଲି ହାଇକୋର୍ଟ କହିଛନ୍ତି। ନିଯୁକ୍ତିରେ ଅଗ୍ରାଧିକାର ନେଇ ଫାର୍ମାସିଷ୍ଟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କରୋନା ଯୋଦ୍ଧା ହିସାବରେ ଅଗ୍ରାଧିକାର ଦାବି କରିଥିଲେ।





