ଦିଲ୍ଲୀରେ ସନ୍‌ସନି; ସାମ୍ବାଦିକ, ଲେଖକ ଓ କବିଙ୍କ ଘରେ ଦିଲ୍ଲୀ ପୁଲିସର ଚଢ଼ାଉ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଆଜି ସକାଳୁ ସକାଳୁ ଦିଲ୍ଲୀ ପୁଲିସର ସ୍ପେଶାଲ୍ ସେଲ୍ କିଛି ସାମ୍ବାଦିକ, ଲେଖକ, କବି ଓ ଷ୍ଟାଣ୍ଡ-ଅପ୍ କମେଡିଆନଙ୍କ ଘରେ ଚଢ଼ାଉ କରିଛି | ତେବେ ସୂଚନା ଅନୁସାରେ ନ୍ୟୁଜ କ୍ଲିକ ସହ ଜଡିତ ସାମ୍ବାଦିକ ଓ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଘରେ ଏହି ଚଢ଼ାଉ ଚାଲିଛି | ତେବେ ସବୁଠାରୁ ବଡ କଥା ହେଲା ଟେରର ଲିଙ୍କ ଅଭିଯୋଗରେ ଏହି ଚଢ଼ାଉ ଚାଲିଥିବା କୁହାଯାଉଛି |

ମିଳିଥିବା ସୂଚନ ଅନୁସାରେ ବରିଷ୍ଠ ସାମ୍ବାଦିକ ଅଭିସାର ଶର୍ମା, ଭାଷା ସିଂ, ଭେଟେରାନ ସାମ୍ବାଦିକ ଉର୍ମିଲେଶ , ନ୍ୟୁଜ କ୍ଲିକର ଏଡିଟର ପ୍ରବୀର, ବିଶିଷ୍ଟ ଲେଖିକା ଗୀତା ହରିହରଣଙ୍କ ଘରେ ଚଢ଼ାଉ ଚାଲିଥିବା ସୂଚନା ମିଳିଛି |

ସେପଟେ ରେଡ ନେଇ ସାମ୍ବାଦିକ ଅଭିଷର ଶର୍ମା ସୋସିଆଲ ମିଡ଼ିଆ ‘ଏକ୍ସ’ରେ ଲେଖିଛନ୍ତି, ଦିଲ୍ଲୀ ପୁଲିସ ତାଙ୍କ ଘରେ ପହଞ୍ଚି ତାଙ୍କ ଲାପଟପ୍ ଓ ଫୋନ୍ ଛଡ଼ାଇ ନେଇଛି | ସେହିପରି ଭାଷା ସିଂ ଲେଖିଛନ୍ତି, ଏହି ଫୋନରୁ ଏହା ମୋର ଶେଷ ଟ୍ୱିଟ, ଦିଲ୍ଲୀ ପୁଲିସ ମୋ ଫୋନ ସିଜ କରିଛି

ତେବେ ସଂସଦର ଗତ ମୌସୁମୀ ଅଧିବେଶନ ବେଳେ ଲୋକସଭାରେ ବିଜେପି ସାଂସଦ ନିଶିକାନ୍ତ ଦୁବେ କଂଗ୍ରେସ ଚୀନ୍‌ର ସହାୟତା ନେଇଥିବା ଅଭିଯୋଗ କରିଥିଲେ । ଦି ନ୍ୟୁୟର୍କ ଟାଇମ୍ସର ଏକ ରିପୋର୍ଟ ଆଧାରରେ ସେ ନ୍ୟୁଜ୍ କ୍ଲିକ୍ ମିଡିଆ ଇନଷ୍ଟିଚ୍ୟୁଟ୍ ବିରୋଧରେ ମଧ୍ୟ ଚୀନଠାରୁ ଆର୍ଥିକ ସହାୟତା ନେଉଥିବା ଅଭିଯୋଗ କରିଥିଲା । ନ୍ୟୁୟର୍କ ଟାଇମ୍ସର ରିପୋର୍ଟରେ ମୁତାବକ ନ୍ୟୁଜ୍ କ୍ଲିକ୍ ଚୀନରୁ ୩୮ କୋଟି ଟଙ୍କା ପାଇଛି ଏବଂ ଏହି ଟଙ୍କା କିଛି ସାମ୍ବାଦିକ ବାଣ୍ଟି ନେଇଛନ୍ତି ବୋଲି ଦୁବେ ଅଭିଯୋଗ କରିଥିଲେ । ଆଉ ଏହି ଆଧାରରେ ଏବେ ଏହି ରେଡ ଚାଲିଥିବା କୁହାଯାଉଛି |

ସେପଟେ ଏହି ରେଡ ପରେ ଗଣମାଧ୍ୟମର ସ୍ୱାଧୀନତା ନେଇ ପ୍ରଶ୍ନ ଉଠିଛି | ଗଣମାଧ୍ୟମ ସ୍ୱାଧୀନତା ସୁଚକାଙ୍କରେ ଭାରତ ଏବେ ବିଶ୍ୱର ଶେଷ 20 ଦେଶ ମଧ୍ୟରେ ରହିଛି | ଅନ୍ୟପଟେ ଏହି ରେଡ ଉପରେ ପ୍ରେସ କ୍ଲବ ଅଫ ଇଣ୍ଡିଆ ନଜର ରଖିଥିବା ସୋସିଆଲ ମିଡିଆରେ ସୂଚନା ଦିଆଯାଇଛି |

Related Posts