ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ୨୦୧୫-୧୬ ଠାରୁ ୨୦୨୩-୨୪ ମଧ୍ୟରେ ରାଜ୍ୟରେ ଏପର୍ଯ୍ୟନ୍ତ ୬୯୮ଟି ହାତୀ, ୪୮ଟି କଲରାପତରିଆ ବାଘ ଓ ୭ଟି ମହାବଳ ବାଘର ମୃତ୍ୟୁ ହୋଇଛି । ବିଭିନ୍ନ ରୋଗ, ବିଦ୍ୟୁତ ଆଘାତ, ରେଳ ଦୁର୍ଘଟଣା, ସଡକ ଦୁର୍ଗଟଣା, ଶିକାର, ବିଷ ପ୍ରୟୋଗ ଇତ୍ୟାଦି ମୁଖ୍ୟ କାରଣ ଯୋଗୁଁ ମୃତ୍ୟୁ ପ୍ରମୁଖ କାରଣ ବୋଲି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ବିଧାନସଭାରେ ଉତ୍ତର ରଖିଛନ୍ତି ।
୨୦୧୫ରୁ ୨୦୨୩ ମସିହା ପର୍ଯ୍ୟନ୍ତ କେତେ ସଂଖ୍ୟକ ହାତୀ ଓ ବାଘଙ୍କ ମୃତ୍ୟୁ ଘଟିଲାଣି ଓ କେଉଁ କେଉଁ ମୁଖ୍ୟ କାରଣରୁ ସେମାନେ ମୃତ୍ୟୁମୁଖରେ ପଡୁଛନ୍ତି ତାର ନିରାକରଣ କରିବା ପାଇଁ ସରକାର କି କି ପଦକ୍ଷେପ ଗ୍ରହଣ କରିଛନ୍ତି ? ଏନେଇ ପ୍ରଶ୍ନ କରିଥିଲେ ବିଜେଡି ବିଧାୟକ ପ୍ରଫୁଲ ସାମଲ ।





