ଛତିଶଗଡ଼ ବିଧାନସଭା ନିର୍ବାଚନ: କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକାରେ ଓଡ଼ିଶାରୁ ଶରତ, ଭକ୍ତ ଓ ସପ୍ତଗିରି

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଛତିଶଗଡ଼ରେ ବିଧାନସଭା ନିର୍ବାଚନ | ଆସନ୍ତା ନଭେମ୍ବର ୭ ଏବଂ ୧୭ ତାରିଖରେ ଏଠାରେ ଦୁଇ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯିବ। ଡିସେମ୍ବର ୩ରେ ଭୋଟ୍ ଗଣନା ହୋଇ ଫଳ ପ୍ରକାଶ ପାଇବ। ଏହା ପୂର୍ବରୁ ଏବେ ଆରମ୍ଭ ହୋଇଯାଇଛି ପ୍ରଚାର | ଏହି କ୍ରମରେ ପ୍ରକାଶ ପାଇଛି ଛତିଶଗଡ଼ରେ ଆଗାମୀ ବିଧାନସଭା ନିର୍ବାଚନରେ ପ୍ରଚାର ପାଇଁ କଂଗ୍ରେସର ୪୦ଜଣିଆ ଷ୍ଟାର ପ୍ରଚାରକ ତାଲିକା। ଏଥିରେ ସ୍ଥାନ ପାଇଛନ୍ତି ତିନିଜଣ ଓଡ଼ିଆ। ଏମାନେ ହେଲେ ଓଡ଼ିଶାର ପିସିସି ସଭାପତି ଶରତ ପଟ୍ଟନାୟକ,ଏଆଇସିସି ପ୍ରଭାରୀ ଭକ୍ତ ଚରଣ ଦାସ ଓ ଏଆଇସିସି ସମ୍ପାଦକ ତଥା ସାଂସଦ ସପ୍ତଗିରି ଉଲାକା।

ଏଆଇସିସିପକ୍ଷରୁ ନିର୍ବାଚନ କମିଶନଙ୍କୁ ଦିଆଯାଇଥିବା ଚୂଡ଼ାନ୍ତ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ଏମାନଙ୍କୁ ସ୍ଥାନ ମିଳିଥିବା ଜଣାଯାଇଛି। ଛତିଶଗଡ଼ ବିଧାନସଭା ନିର୍ବାଚନରେ ଷ୍ଟାର ​​ପ୍ରଚାରକ ତାଲିକାରେ ବରିଷ୍ଠ କଂଗ୍ରେସ ନେତା ତଥା ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନା ଖଡଗେ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, କୁମାରୀ ଶୈଲଜା, ଅଜୟ ମାକେନ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ, ଉପମୁଖ୍ୟମନ୍ତ୍ରୀ ଟି ସିଂଦେଓ, ବାଚସ୍ପତି ଡକ୍ଟର ଚରଣ ଦାସ ମହନ୍ତ ଏବଂ ରାଜ୍ୟ କଂଗ୍ରେସ ମୁଖ୍ୟ ଦୀପକ ବାଇଜ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ପ୍ରମୁଖ ବି ଅଛନ୍ତି।

Related Posts