ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବଦଳିଲେ କଟକ ଜିଲ୍ଲାପାଳ। ଜିଲ୍ଲାପାଳ ଥିବା ଭବାନୀ ଶଙ୍କର ଚୟନୀଙ୍କର ବଦଳି ହୋଇଯାଇଛି। ତାଙ୍କୁ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ଭାବେ ନୂଆ ଦାୟିତ୍ୱ ଦିଆଯାଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ଏହି ନିର୍ଦ୍ଦେଶ ଜାରି କରାଯାଇଛି।
ଅନ୍ୟପକ୍ଷରେ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ଥିବା ନରହରି ସେଠୀଙ୍କୁ କଟକ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି।
