କାମିଆ ଝଡ଼; ପାଣ୍ଡିଆନଙ୍କୁ ଦାୟୀ କଲେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଓଡିଶା ରାଜନୀତିରେ ଏବେ କାମିଆ ଝଡ଼ | ହିନ୍ଦୀ ବ୍ଲଗର କାମିୟା ଜାନିଙ୍କ ଜଗନ୍ନାଥ ଦର୍ଶନ ବିବାଦକୁ ନେଇ ତେଜିବାରେ ଲାଗିଛି ରାଜନୀତି । କାମିୟାଙ୍କୁ ଜଗନ୍ନାଥ ମନ୍ଦିରରେ ପ୍ରବେଶ ଓ ମହାପ୍ରସାଦ ଖୁଆଇବାକୁ ନେଇ ବିଜେପି ଲଗାତାର ଭାବେ 5T ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କୁ ଟାର୍ଗେଟ କରି ଆସୁଛି । ଆଜି ଏହି ପ୍ରସଙ୍ଗରେ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କାହାରି ନାଁ ନନେଇ ଟାର୍ଗେଟ କରିବା ପରେ ଏବେ ଆଉ ଜଣେ କେନ୍ଦ୍ର ମନ୍ତ୍ରୀ ଏହି ବିବାଦରେ ନିଜ ମନ୍ତବ୍ୟ ରଖିଛନ୍ତି | କାନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ସୋସିଆଲ ମିଡ଼ିଆ ଏକ୍ସରେ ଏନେଇ ପ୍ରତିକ୍ରିୟା ରଖିବା ସହ ସବୁ ଦୋଷ ପାଣ୍ଡିଆନଙ୍କ ଉପରେ ଲଦିଛନ୍ତି ଗିରିରାଜ |

ସେ ଲେଖିଛନ୍ତି ଯେ, ପୁରୀ ଶ୍ରୀମନ୍ଦିରର ପବିତ୍ରତା ଉଲ୍ଲଂଘନ କରିବା ଚିନ୍ତାଜନକ ଅଟେ । ଜଣେ ବିଫ୍ ପ୍ରମୋଟରଙ୍କୁ ଜଗନ୍ନାଥ ମନ୍ଦିର ଭିତରକୁ ପ୍ରବେଶ ପାଇଁ ଭି.କେ.ପାଣ୍ଡିଆନ ଅନୁମତି ଦେବା ଧର୍ମ, ଇତିହାସ ଓ ଆଧ୍ୟାତ୍ମିକତାର ଉପେକ୍ଷା ଅଟେ । ଏଥିପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି ବୋଲି ଗିରିରାଜ କହିଛନ୍ତି । ତେବେ ଏହି ପ୍ରସଙ୍ଗରେ ଏବେ ଜଣେ ପରେ ଜଣେ ବିଜେପି ନେତା ସିଧା ପାଣ୍ଡିଆନଙ୍କୁ ଘେରୁଥିବାବେଳେ ପାଣ୍ଡିଆନଙ୍କର କିନ୍ତୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ |

Related Posts