ରାଉରକେଲାରେ ହଇଜା ପରେ କଣ୍ଟାବାଞ୍ଜିରେ ଝାଡ଼ାବାନ୍ତି ଆତଙ୍କ; ୨ ମୃତ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ରାଉରକେଲାରେ ହଇଜା ବ୍ୟାପିବା ପରେ ଏବେ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିରେ ଦେଖାଦେଇଛି ଝାଡ଼ାବାନ୍ତି ଆତଙ୍କ। ଝାଡାବାନ୍ତିରେ ୨ ଜଣଙ୍କ ମୃତ୍ୟୁ ନେଇ ବଲାଙ୍ଗିର ସିଡିଏମଓ ସୂଚନା ଦେଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ପୁରୁଷ ଥିବା ଜଣାପଡ଼ିଛି। ମୃତକ ହେଲେ ଟିଟିଲାଗଡ଼ ବ୍ଲକ ପୁଡାପଦର ଗାଁର ଚାନ୍ଦିନୀ ସାହୁ ଏବଂ ମୁରିବାହାଲ ବ୍ଲକ ମାଲିବାହାଲ ଗାଁର ସନ୍ତୋଷ ମାଝୀ |

ଗତକାଲି କଣ୍ଟାବାଞ୍ଜି ନିକଟସ୍ଥ ବିଭିନ୍ନ ଗାଁର ୬ ଜଣ ରୋଗୀ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ କଣ୍ଟାବାଞ୍ଜି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେମାନଙ୍କ ମଧ୍ୟରୁ ଆଜି ସକାଳୁ ୨ ଜଣଙ୍କର ମୃତ୍ୟୁ ହୋଇଛି। ଆଉ ୨ ଜଣ ଚିକିତ୍ସାଧୀନ ଥିବା ବେଳେ ବାକି ୨ ଜଣ ସୁସ୍ଥ ହୋଇ ଘରୁ ଯାଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ରାଉରକେଲାରେ ଝାଡ଼ାବାନ୍ତିରେ ୧୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୪୦୦ରୁ ଅଧିକ ଆକ୍ରାନ୍ତ ହୋଇ ବିଭିନ୍ନ ମେଡ଼ିକାଲ୍‌ ରେ ଚିକିତ୍ସିତ ହେଉଛନ୍ତି। ରାଉରକେଲାର ଛେଣ୍ଡ କଲୋନୀଠୁ ଆରମ୍ଭ କରି ସିଭିଲ୍‌ ଟାଉନସିପ୍, ପାନପୋଷରୁ କୋଏଲ ନଗର ସବୁଠି ସ୍ଥିତି ଗମ୍ଭୀର ରହିଛି।

Related Posts