ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ଦ୍ୱାରା ପରିଚାଳିତ ଓଡ଼ିଶା ଜୁଡିସିଆଲ ସର୍ଭିସ (ଓଜେଏସ୍) ପରୀକ୍ଷା ୨୦୨୨ର ଫଳାଫଳ ବୁଧବାର ଦିନ ପ୍ରକାଶ ପାଇଛି। ତେବେ ପ୍ରଥମ ୧୦ ଜଣଙ୍କ ମଧ୍ୟରେ ୮ ଜଣ ଝଅ ରହିଛନ୍ତି। ଓଜେଏସ୍ ପରୀକ୍ଷାରେ ସୁଶ୍ରୀତା ମିଶ୍ର ଟପ୍ପର ହୋଇଥିବା ବେଳେ ଦ୍ବିତୀୟରେ ନିଲିଶା ପଟ୍ଟନାୟକଙ୍କୁ ସ୍ଥାନ ମିଳିଛି।
ସେହିପରି ତୃତୀୟ ସ୍ଥାନରେ ଅନନ୍ୟା ମିଶ୍ର ଓ ଚତୁର୍ଥରେ ରାଣୀ ରଞ୍ଜିତା ପଟ୍ଟନାୟକ ଥିବା ବେଳେ ପଞ୍ଚମରେ ଲୋପାମୁଦ୍ରା ଆଚାର୍ଯ୍ୟ, ଷଷ୍ଠ ସ୍ଥାନରେ ହର୍ଷିତା ମିଶ୍ର, ସପ୍ତମରେ ପ୍ରଜ୍ଞା ସୁମନ ମହାପାତ୍ର ଓ ଅଷ୍ଟମରେ ଏସ ଆର ତୋଷାଳି ରହିଛନ୍ତି। ତାଲିକାର ନବମରେ ସତ୍ୟଜିତ ପାଣି ଏବଂ ଦଶମରେ ଲଳିତେନ୍ଦୁ ଦେବତା ଅଛନ୍ତି। ତେବେ କୃତକାର୍ଯ୍ୟ ହୋଇଥିବା ମୋଟ୍ ୫୫ ଜଣଙ୍କ ମଧ୍ୟରେ ୩୯ ଜଣ ଝିଅ ରହିଛନ୍ତି।





