‘ବିଏସକେୱାଇ-ନବୀନ କାର୍ଡ’କୁ ନେଇ ଜୁଏଲଙ୍କ କଟାକ୍ଷ; କହିଲେ, ସବୁଥିରେ ବିଫଳ ହେବା ପରେ କାର୍ଡର ନାଁ ବଦଳାଉଛନ୍ତି ସରକାର

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଆଜିଠୁ ଆରମ୍ଭ ହୋଇଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା-ନବୀନ କାର୍ଡକୁ ନେଇ ପ୍ରତିକ୍ରିୟା ରଖିଲା ବିଜେପି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡିର ଟ୍ରମ୍ପ କାର୍ଡ ବୋଲି କହିଛନ୍ତି ବିଜେପି ସାଂସଦ ଜୁଏଲ ଓରାମ । ଏବେ ରାଜ୍ୟ ସରକାର ସ୍ୱାସ୍ଥ୍ୟ, ଶିକ୍ଷା ସବୁଥିରେ ବିଫଳ ହୋଇଛନ୍ତି ତେଣୁ କାର୍ଡକୁ ବଦଳାଇ ଖେଳିଲେ ଲୋକେ ବିଶ୍ୱାସ କରିବେନି ବୋଲି ଭାବୁଥିବା କହିଛନ୍ତି ବିଜେପି ସାଂସଦ ଜୁଏଲ ଓରାମ ।

ଆଜି ରାଜ୍ୟରେ ‘ବିଏସକେୱାଇ-ନବୀନ କାର୍ଡ’ର ଶୁଭାରମ୍ଭ ହୋଇଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ନବୀନ କାର୍ଡର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିରେ ରାଜ୍ୟର ୯୦ ପ୍ରତିଶତ ଲୋକ ହେବେ ଉପକୃତ ହେବେ ବୋଲି କୁହାଯାଇଛି । ସରକାରୀ ଚାକିରିଆ ଓ ଆୟକରଦାତାଙ୍କୁ ଛାଡ଼ି ଅନ୍ୟ ସମସ୍ତେ ଏହି କାର୍ଡ ଜରିଆରେ ମାଗଣା ସ୍ୱାସ୍ଥ୍ୟସେବା ପାଇବେ ।

Related Posts