ଜେଲରେ ସଞ୍ଜୟ ସିଂ, ପୁଣି ରାଜ୍ୟସଭାକୁ ପଠାଇବ AAP

ଭୁବନେଶ୍ୱର,୫/୧(ସତ୍ୟପାଠ ବ୍ୟୁରୋ): ମଦ ଦୁର୍ନୀତି ମାମଲାରେ ଜେଲରେ ଥିବା ସଞ୍ଜୟ ସିଂ ଙ୍କୁ ରାଜ୍ୟସଭା ସାଂସଦ ପ୍ରାର୍ଥୀ ଭାବେ ପୁନଃ ମନୋନୀତ କରିଛି ଆମ୍ ଆଦମୀ ପାର୍ଟି (AAP)। ବର୍ତମାନ ମଦ ଦୁର୍ନୀତି ମାମଲା ରେ ସେ ଜେଲ୍ ରେ ଥିବା ସମୟରେ ତାଙ୍କ ପାଇଁ ଆସିଛି ଖୁସି ଖବର । ଏହା ବ୍ୟତୀତ ମହିଳା ଆୟୋଗ (ଡିସିଡବ୍ଲୁ) ଅଧ୍ୟକ୍ଷ ସ୍ୱାତୀ ମାଲିୱାଲ ଏବଂ ND ଗୁପ୍ତାଙ୍କୁ ତୃତୀୟ ପ୍ରାର୍ଥୀ ଭାବରେ ମନୋନୀତ କରିଛି ଦଳ। ରାଜ୍ୟସଭା ସାଂସଦ ଭାବେ ଏହା ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳ ହେବ। 

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅଧ୍ୟକ୍ଷତାରେ ଦଳର ରାଜନୈତିକ ବ୍ୟାପାର କମିଟି (ପିଏସି) ର ଏକ ବୈଠକରେ ସଞ୍ଜୟ ସିଂ ନାମ ସ୍ଥିର କରାଯାଇଥିଲା। ବାସ୍ତବରେ ଦିଲ୍ଲୀର ସମସ୍ତ ତିନିଜଣ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ ଜାନୁଆରୀ 27 ରେ ଶେଷ ହେବାରଥିଲା। ଏହି ଆସନଗୁଡ଼ିକ ଉପରେ ନିର୍ବାଚନ ଜାନୁଆରୀ 19 ରେ ଅନୁଷ୍ଠିତ ହେବ। ଏହାପୂର୍ବରୁ ଆମ୍ ଆଦମୀ ପାର୍ଟି ତିନିଟି ଆସନରେ ପ୍ରାର୍ଥୀ ଘୋଷଣା କରିଛି। ନାମାଙ୍କନ ପତ୍ରର ଶେଷ ତାରିଖ ଜାନୁଆରୀ 10 ରହିଛି।

Related Posts