ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ହାଇଟେକ ହସ୍ପିଟାଲରେ ମୃତଦେହ ଚିହ୍ନଟକୁ ନେଇ ଆରମ୍ଭ ହୋଇଥିବା ଦ୍ୱନ୍ଦ୍ୱ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ । ଘଟଣାର ଆରମ୍ଭରୁ ତଦନ୍ତ ହେବ ବୋଲି ସେ କହିଛନ୍ତି ।
ସେଵା ଆହୁରି କହିଛନ୍ତି, ପ୍ରଥମ ଦିନରୁ ହୋଇଥିବା ଘଟଣା ଅନୁସାରେ ତଦନ୍ତ ହେବ। ବିସ୍ଫୋରଣରେ ୪ ଜଣଙ୍କ ଅବସ୍ଥା ଗୁରୁତର ଥିଲା ଠିକାଦାର କହିଥିବା ପରିଚୟରେ ସେମାନଙ୍କ ଚିକିତ୍ସା କରାଗଲା। ଠିକାଦାର ସେହି ମେଡିକାଲର ଷ୍ଟାଫ୍। ତାଙ୍କୁ ପଚରାଉଚରା ହେଇଛି। ପ୍ରଥମ ବ୍ୟକ୍ତିର ମୃତ୍ୟୁ ପରେ ଅପମୃତ୍ୟୁ ମାମଲା ରୁଜୁ ହୋଇଥିଲା। ପରିବାର ଲୋକଙ୍କ ଉପସ୍ଥିତିରେ ପୋଷ୍ଟମର୍ଟମ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ଚିକିତ୍ସାରେ ଅବହେଳା ନେଇ କିଛି ଅଭିଯୋଗ ହୋଇନି। ଜଣେ ADCPଙ୍କ ନେତୃତ୍ୱରେ ମଞ୍ଚେଶ୍ୱର ପୁଲିସ ତଦନ୍ତ କରୁଛି। ଅବହେଳା ହୋଇଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ଡିସିପି କହିଛନ୍ତି।





