ଭୁବନେଶ୍ୱର,୮/୧(ସତ୍ୟପାଠ ବ୍ୟୁରୋ): ଆଜି ରାଜ୍ୟରେ ପରିବହନ କର୍ମଚାରୀ ମହାସଂଘର ଧର୍ମଘଟରୁ ପ୍ରତ୍ୟାହୃତ ହୋଇଛି । କେନ୍ଦ୍ର ସରକାରଙ୍କର ହିଟ ଆଣ୍ଡ ରନ ଆଇନ୍ ବିରୋଧରେ ଦିଆଯାଇଥିଲା ଧର୍ମଘଟ ଡାକରା। ତେବେ ଲୋକସଭା ଭବନରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଶାସନ ସଚିବଙ୍କ ସଫଳ ଆଲୋଚନା ପରେ ଧର୍ମଘଟ ପ୍ରତ୍ୟାହୃତ ହୋଇଥିବା ସଂଘର ସଭାପତି ଜନାର୍ଦ୍ଦନ ପତିଙ୍କ ସୂଚନା।
ଆଜି ସକାଳେ ପରିବହନ କର୍ମଚାରୀ ମହାସଂଘ ଧର୍ମଘଟ ଡାକରା ଦେଇଥିଲା। ତେବେ ଏଥିରେ ଟ୍ରକ୍ ମାଲିକ ସଂଘ ସମର୍ଥନ ଦେଉନଥିଲା। ପୂର୍ବରୁ ଡ଼୍ରାଇଭର ମହାସଂଘର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ବେଳେ ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ମହଜୁଦ କମିବାରେ ଲାଗିଥିଲା। ଏବଂ ରାଜ୍ୟର ବିଭିନ୍ନ ଜିଲ୍ଲାରେ ତେଲ ସରିଯାଇଥିବା ଭଳି ପରିସ୍ଥିତି ମଧ୍ୟ ଦେଖାଦେଇଥିଲା। ଏଭଳି ସ୍ଥିତିରେ ମୁଖ୍ୟ ଶାସନ ସଚିବଙ୍କ ସହ ପରିବହନ କର୍ମଚାରୀ ମହାସଂଘ ଆଲୋଚନା ସଫଳ ହୋଇଛି। ଏବଂ ପରିବହନ କର୍ମଚାରୀ ମହାସଂଘ ଧର୍ମଘଟରୁ ପ୍ରତ୍ୟାହୃତ ହୋଇଥିବା ସୂଚନା ଦେଇଛନ୍ତି ପରିବହନ କର୍ମଚାରୀ ମହାସଂଘର ସଭାପତି ଜନାର୍ଦ୍ଦନ ପତି।





