ବାୟୁ ପ୍ରଦୂଷଣ ସ୍ତରରେ ଦିଲ୍ଲୀକୁ ଟପିଲା ଓଡ଼ିଶା; ତାଲିକାରେ ଓଡିଶାର ୬ଟି ସହର!

ଭୁବନେଶ୍ୱର,8/1(ସତ୍ୟପାଠ ବ୍ୟୁରୋ): କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ରିପୋର୍ଟ ଅନୁଯାୟୀ ଓଡିଶାର ୬ଟି ସହରର AIR QUALITY INDEX  (AQI) 300 ରୁ ଅଧିକ ଯାହା ଜାନୁଆରୀ 7 ତାରିଖ ଅପରାହ୍ନ 4 ଟାରେ ରେକର୍ଡ କରାଯାଇଛି। ଏହି ବାୟୁ ଗୁଣବତ୍ତାକୁ ଅତ୍ୟନ୍ତ ଖରାପ ଶ୍ରେଣୀଭୁକ୍ତ ଅଟେ। ବାଲେଶ୍ଵରର AQI ଜାତୀୟ ରାଜଧାନୀ ଦିଲ୍ଲୀର ପ୍ରଦୂଷଣ ସ୍ତର ଅତିକ୍ରମ କରି କରିଛି। ବାଲେଶ୍ଵର AQI ୩୩୪ ରହିବା ସହିତ ସବୁଠାରୁ ଅଧିକ ପ୍ରଦୂଷିତ ସହର ହେଇଛି । 

ସେହିପରି କଟକରେ ୩୨୦, ବାରିପଦାରେ ୩୧୬, ଭୁବନେଶ୍ୱରରେ ୩୧୧, କେନ୍ଦୁଝରରେ ୩୧୪, ରାଇରଙ୍ଗପୁରରେ ୩୦୮ ରହିଛି । ଅନ୍ୟାପଟେ ଅନୁଗୁଳରେ ୩ଶହ ଏବଂ ତାଳଚେରରେ AQI ଭାଲ୍ୟୁ ୨୫୧ ରହିଛି । ଗତକାଲି ଅପରାହ୍ଣରେ ଦିଲ୍ଲୀର AQI ୩୩୩ ରହିଥିଲା । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଏନେଇ ସୂଚନା ରହିଛି ।

AQI କ୍ୟାଟାଗୋରୀ ଅନୁଯାୟୀ, ୪୦୧ରୁ ୫ଶହ ମଧ୍ୟରେ ଭାଲ୍ୟୁ ରହିଲେ ସିଭିୟର, ୩୦୧ରୁ ୪୦୦ ମଧ୍ୟରେ ରହିଲେ ଅତି ନିମ୍ନମାନର, ୨୦୧ରୁ ୩୦୦ ମଧ୍ୟରେ ରହିଲେ ନିମ୍ନମାନର ବୋଲି ଧରାଯାଏ ।

ଅଧିକ ମାତ୍ରାରେ ଯାନବାହାନ ଚଳାଚଳ, ନିର୍ମାଣ କାମ ଭଳି କାରଣ ପାଇଁ ଓଡ଼ିଶାରେ ବାୟୁ ପ୍ରଦୂଷଣ ଖରାପ ସ୍ଥିତିରେ ପହଞ୍ଚିଛି । ତାସହିତ ଦ୍ରୁତ ଶିଳ୍ପାୟନ, ଗଛ କଟା ଓ ଗ୍ରୀନ ହାଉସ୍ ପ୍ରଭାବ ଯୋଗୁ ପରିବେଶ ପ୍ରଦୂଷଣ ବଢୁଥିବା ପରିବେଶବିତ୍ ମତଦେଇଛନ୍ତି ।

Related Posts