ଗୁଜରାଟରେ ୟୁଏଇ ରାଷ୍ଟ୍ରପତିଙ୍କ ସହ ରୋଡ ଶୋ’ କଲେ ମୋଦୀ

ଭୁବନେଶ୍ୱର,୧୦/୧(ସତ୍ୟପାଠ ବ୍ୟୁରୋ): ଗାନ୍ଧିନଗରରେ ଭାଇବ୍ରାଣ୍ଟ ଗୁଜୁରାଟ ଗ୍ଲୋବାଲ ସମ୍ମିଳନୀ (ଭିଜିଜିଏସ୍) ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁଏଇ ର ରାଷ୍ଟ୍ରପତି ଶେଖ ମହମ୍ମଦ ବିନ୍ ଜାଏଦ ଅଲ ନାହିୟାନଙ୍କ ସହ ୩ କିଲୋମିଟର ରୋଡ ସୋ କରିଛନ୍ତି। ରୋଡ ଶୋ’ ବେଳେ ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା ଏବଂ ସୁରକ୍ଷା ଦୃଷ୍ଟିରୁ ବ୍ୟାରିକେଡ଼ ଓ ସୁରକ୍ଷାକର୍ମୀଙ୍କୁ ସଜାଗ ରଖାଯାଇଥିଲା।

ମଙ୍ଗଳବାର ଅହମ୍ମଦାବାଦର ସର୍ଦ୍ଦାର ଭାଲାଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦରରେ ୟୁଏଇ ର ରାଷ୍ଟ୍ରପତିଙ୍କ ଅବତରଣ ପରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ସ୍ବାଗତ କରିଥିଲେ। 

ବୁଧବାର VGGS ର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ବିଭିନ୍ନ ରାଜ୍ୟ ମୁଖ୍ୟଙ୍କ ନିମନ୍ତ୍ରଣ କରାଯାଇଛି। ଏୟାରପୋର୍ଟରୁ ୩ କିମି ଯାଏ ଉଭୟ ନେତା ରୋଡ ଶୋ’ କରିଛନ୍ତି। ଏହି ଦୁଇ ନେତାଙ୍କ ସୁରକ୍ଷା ପାଇଁ ରାସ୍ତାର ଉଭୟ ପାର୍ଶ୍ୱରେ ବ୍ୟାରିକେଡ୍ ର ବ୍ୟବସ୍ଥା ଓ ସୁରକ୍ଷାକର୍ମୀ ସଜାଗ କରାଯାଇଥିଲା । ରୋଡ ଶୋ’ ବେଳେ ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା।

Related Posts