ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ନୂଆ-ଓ କାର୍ଯ୍ୟକ୍ରମ ପାଇଁ ଘୁଞ୍ଚିଲା ସମ୍ବଲପୁର ଗଙ୍ଗାଧର ମେହେର (ଜିଏମ୍) ବିଶ୍ୱବିଦ୍ୟାଳୟର ପରୀକ୍ଷା। ଆସନ୍ତାକାଲି ବିଶ୍ୱବିଦ୍ୟାଳୟର ବିଭିନ୍ନ ପରୀକ୍ଷା ହେବାର ଥିଲା। କିନ୍ତୁ ଆସନ୍ତାକାଲି ସମ୍ବଲପୁର ମନ୍ଦୋଲିଆ ଗ୍ରାଉଣ୍ଡରେ ନୂଆ-ଓ କାର୍ଯ୍ୟକ୍ରମ ହେବାର ଅଛି। ତେଣୁ ପରୀକ୍ଷା ଘୁଞ୍ଚାଇବାକୁ ଜିଲ୍ଲା ପରିଷଦ ପକ୍ଷରୁ ୟୁନିଭରସିଟିକୁ ଚିଠି ଲେଖାଯାଇଛି। ଏହା ପରେ ସମ୍ବଲପୁର ଜିଏମ୍ ବିଶ୍ୱବିଦ୍ୟାଳୟର ପରୀକ୍ଷା ଘୁଞ୍ଚିଛି। ଆସନ୍ତାକାଲି ହେବାକୁ ଥିବା ପରୀକ୍ଷା ୨୪ ତାରିଖରେ ହେବ। ଏସଂପର୍କିତ ନିର୍ଦ୍ଦେଶନାମା ମଧ୍ୟ ଜାରି କରାଯାଇଛି ।
ଏହା ସହିତ କାର୍ୟ୍ୟକ୍ରମରେ ବହୁତ ଭିଡ଼ ହେବାର ସମ୍ଭାବନା ଥିବାରୁ ଯେଉଁ ଛାତ୍ରଛାତ୍ରୀ SAMS ପୋର୍ଟାଲରେ ପଂଜୀକୃତ ହୋଇଥିବେ, କେବଳ ସେମାନଙ୍କୁ ଏହି କାର୍ଯ୍ୟକ୍ରମରେ ଭାଗ ନେଇପାରିବେ ବୋଲି ସମ୍ବଲପୁର ଜିଲ୍ଲା ପରିଷଦ ପକ୍ଷରୁ କୁହାଯାଇଛି। ଆଗରୁ ପଂଜୀକୃତ ହୋଇନଥିବା ପିଲାଙ୍କୁ ମନ୍ଦଲିଆ ପଡ଼ିଆରେ ପ୍ରବେଶ ପାଇଁ ଅନୁମତି ଦିଆଯିବନି ବୋଲି କୁହାଯାଇଛି।





