ଭୁବନେଶ୍ୱର,13/1(ସତ୍ୟପାଠ ବ୍ୟୁରୋ): ଓଡିଶା ଗସ୍ତରେ ଆସିଥିବା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତା ବିଶ୍ବଶାର୍ମା ଓଡ଼ିଶାରେ ବିଜେପି 2024 ରେ ସରକାର ଗଢିବା ନେଇ ଦୃଢୋକ୍ତି ବାଢ଼ିଛନ୍ତି | ସାମ୍ବାଦିକଙ୍କ ସହ ଆଲୋଚନା ଅବସରରେ ସେ କହିଛନ୍ତି ଯେ, ଆଗାମୀ ନିର୍ବାଚନରେ ବିଜେପି ଓଡ଼ିଶାରେ ସରକାର ଗଢିବ ଓ ନୂଆ ସରକାରର ଶପଥ ଗ୍ରହଣ ସମାରୋହରେ ଯୋଗଦେବାକୁ ମୁଁ ପୁଣି ଓଡିଶା ଆସିବି |
ହିମନ୍ତା ଆହୁରି କହିଛନ୍ତି ଯେ, ଗତ 2019 ନିର୍ବାଚନରେ ଓଡ଼ିଶାରେ ବିଜେପିକୁ ଲୋକସଭା ପାଇଁ 38% ଓ ବିଧାନସଭା ପାଇଁ 32% ଭୋଟ ମିଳିଥିଲା | ବିଗତ 5 ବର୍ଷରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ ହିତକର ଯୋଜନା ଯୋଗୁ ଓଡ଼ିଶାରେ ବିଜେପି ଆହୁରି 4% ଅଧିକ ଭୋଟ ପାଇବା ସହ ସରକାର ଗଢ଼ିବ |
ଓଡ଼ିଶାରେ ବିଜେପି ସରକାର ଗଢିବା ନେଇ ହିମନ୍ତା ଦୃଢୋକ୍ତି ପ୍ରକାଶ କରିଥିବା ବେଳେ ଏ ନେଇ ବିଜେଡି କିମ୍ବା କଂଗ୍ରେସ ର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ





