ଭୁବନେଶ୍ୱର,୨୦/୧(ସତ୍ୟପାଠ ବ୍ୟୁରୋ): ଆଣ୍ଟିବାୟୋଟିକ୍ର ବହୁଳ ବ୍ୟବହାରକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ନୂଆ ଗାଇଡଲାଇନ୍ ପରେ ଆକ୍ସନ ମୁଡରେ ରାଜ୍ୟ ସରକାର। ଏଣିକି ବିନା ପ୍ରେସକ୍ରିପସନରେ ଆଣ୍ଟିବାୟୋଟିକ୍ ବିକ୍ରି କଲେ ମେଡିସିନ ଦୋକାନୀଙ୍କ ଲାଇସେନ୍ସ ରଦ୍ଦ ହେବ। ଏପରି କଡ଼ା ଚେତାବନୀ ଦେଇଛନ୍ତି ଡ୍ରଗସ୍ କଣ୍ଟ୍ରୋଲର ଅଶୋକ କୁମାର ପାତ୍ର।
ଏଣିକି ଡାକ୍ତରମାନେ ଔଷଧ ଲେଖିବା ବେଳେ ଆଣ୍ଟିବାୟୋଟିକ୍ ଦେଲେ, କେଉଁ କାରଣ ପାଇଁ ସେମାନେ ଆଣ୍ଟିବାୟୋଟିକ୍ ଲେଖୁଛନ୍ତି, ତାହା ପ୍ରେସକ୍ରିପ୍ସନରେ ଉଲ୍ଲେଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଡ୍ରଗ୍ସ କଣ୍ଟ୍ରୋଲର କହିଛନ୍ତି, ବିନା ପ୍ରେସକ୍ରିପସନରେ କେହି ଆଣ୍ଟିବାୟୋଟିକ୍ ବିକ୍ରି କରି ପାରିବେନି। ଯଦି ବିକୁଥିବା ନେଇ ଧରାପଡ଼ନ୍ତି, ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ପଠାଯିବ। ସେମାନଙ୍କ ବିରୋଧରେ Drugs and Cosmetics ଆଇନ ଅନୁସାରେ କାର୍ଯାନୁଷ୍ଠାନ ନିଆଯିବ। ଏପରିକି ଦରକାର ପଡ଼ିଲେ, ଲାଇସେନ୍ସ ସସପେଣ୍ଡ ଓ ରଦ୍ଦ ବି କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି।
ସେ କହିଛନ୍ତି, ଡାକ୍ତରମାନେ ଆଣ୍ଟିବାୟୋଟିକ୍ସ ପ୍ରେସକ୍ରାଇବ କରିବାର କାରଣ ସ୍ପଷ୍ଟ କରି ଲେଖିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। Drugs and Cosmetics ACT ଅନୁଛେଦ H ରେ ୫୫୧ ଡ୍ରଗସ୍ ଅଛି। H1 ରେ 47 ପ୍ରକାର ଡ୍ରଗସ୍ ଅଛି ଯାହା କି higher antibiotics । ଏଥି ପାଇଁ ଦୋକାନୀ ରେଜିଷ୍ଟର କଡ଼ାକଡ଼ି ପାଳନ କରିବାର ନିୟମ ରହିଛି।
ଦୋକାନୀମାନେ ଏଥିରେ ଖିଲାପ କଲେ ସେମାନଙ୍କୁ ପ୍ରଥମେ କାରଣ ଦର୍ଶାଅ ନୋଟିସ ଜାରି ହେଉଛି ଓ ପରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେଉଛି। ଆବଶ୍ୟକ ପଡିଲେ, ଲାଇସେନ୍ସ ବାତିଲ କରାଯିବ। ତେବେ କିଛି ଔଷଧ ବିନା ପ୍ରେସକିପସନ୍ରେ ମଧ୍ୟ ଦେଇ ହେବ। ଡିଆଇ ଏ ସବୁର ତଦାରଖ କରୁଥିବା କଥା ଡ୍ରଗସ୍ କଣ୍ଟ୍ରୋଲର ଶ୍ରୀ ପାତ୍ର।





