ଅଯୋଧ୍ୟା ଆସିବେନି ଆଡଭାନୀ

ଭୁବନେଶ୍ୱର,୨୨/୧(ସତ୍ୟପାଠ ବ୍ୟୁରୋ):    ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହରେ ଯୋଗଦେବେ ନାହିଁ। ସୂଚନା ଅନୁଯାୟୀ, ସେ ରାମ ମନ୍ଦିର କାର୍ଯ୍ୟକ୍ରମରେ ଯୋଗଦେବେ ନାହିଁ । କାରଣ ଥଣ୍ଡା ହେତୁ ଆଡଭାନୀ ତାଙ୍କର ଅଯୋଧ୍ୟା ଗସ୍ତକୁ ବାତିଲ କରିଛନ୍ତି ।ଏବେ ଆଡଭାନୀଙ୍କୁ ୯୬ ବର୍ଷ ବୟସ । ତେଣୁ ତାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ଏହାପୂର୍ବରୁ ଖବର ଆସିଥିଲା ଯେ ଏଲ.କେ ଆଡଭାନୀ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହରେ ଯୋଗଦେବେ।

ନବ ନିର୍ମିତ ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ପାଇଁ ଶ୍ରୀରାମ ସହର ଅଯୋଧ୍ୟା ସମ୍ପୂର୍ଣ୍ଣ ପ୍ରସ୍ତୁତ ଏବଂ ବହୁ ପ୍ରତୀକ୍ଷିତ ଏହି ସମାରୋହର ଧାର୍ମିକ ରୀତିନୀତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଂଶଗ୍ରହଣ କରିବେ। ପ୍ରଭୁ ରାମଙ୍କ ଶିଶୁ ରୂପ ରାମଲାଲାର ମୂର୍ତ୍ତିର ‘ପ୍ରାଣ ପ୍ରତିଷ୍ଠା’ ହେଉଥିବାରୁ ଦେଶର ବିଭିନ୍ନ ସ୍ଥାନରୁ ଆଧ୍ୟାତ୍ମିକ ତଥା ଧାର୍ମିକ ସମ୍ପ୍ରଦାୟର ପ୍ରତିନିଧୀ, ବିଭିନ୍ନ ଆଦିବାସୀ ସମ୍ପ୍ରଦାୟର ପ୍ରତିନିଧୀଙ୍କ ସମେତ ବିଭିନ୍ନ ବର୍ଗର ବିଶିଷ୍ଟ ବ୍ୟକ୍ତି ଯୋଗଦେବେ। ପ୍ରାଣ ପ୍ରତିଷ୍ଠା ସମାରୋହ ରାତି ୧୨.୨୦ ରୁ ଆରମ୍ଭ ହେବ ଏବଂ ମନ୍ଦିର ନିର୍ମାଣ ଟ୍ରଷ୍ଟ ଅନୁଯାୟୀ ଏହା ରାତି ୧ ଟା ସୁଦ୍ଧା ଶେଷ ହେବ ବୋଲି ଆଶା କରାଯାଉଛି। ଏହା ପରେ ପ୍ରଧାନମନ୍ତ୍ରୀ ଏକ ଜନସାଧାରଣଙ୍କୁ ସମ୍ବୋଧିତ କରିବେ।

Related Posts