ସଂସଦ ଗୃହରେ ସ୍ମୋକ୍ ଅଟାକ୍ ପରେ କଡାକଡି ହୋଇଛି ଦର୍ଶକଙ୍କ ପ୍ରବେଶ ନିୟମ

 

ଭୁବନେଶ୍ୱର,୨୮/୧(ସତ୍ୟପାଠ ବ୍ୟୁରୋ):   ସଂସଦ ଗୃହରେ ପ୍ରବେଶ କୁ ନେଇ ନିୟମ ବଦଳିଛି । ଗତ ବର୍ଷ ଡିସେମ୍ବର ୧୩ ତାରିଖରେ ସଂସଦର ସ୍ମୋକ ଆଟକ୍ ଘଟଣା ପରେ ଏହି ନିୟମକୁ କଡାକଡି କରାଯାଇଛି । ଯେଉଁମାନେ ସଂସଦକୁ ଦର୍ଶକ ଭାବରେ ଆସିବାକୁ ଚାହାଁନ୍ତି, ସେମାନଙ୍କୁ ପୁଙ୍ଖାନୁପୁଙ୍ଖ ଭାବେ ଯାଞ୍ଚ କରାଯିବ । ଏହା ବ୍ୟତୀତ ସେମାନଙ୍କୁ ପ୍ରବେଶ ପାଇଁ ଏକ ସ୍ମାର୍ଟ କାର୍ଡ ସହ ବାୟୋମେଟ୍ରିକ୍ସ ମଧ୍ୟ କରାଯିବ ।

ଗତ ବର୍ଷ ଡିସେମ୍ବର ୧୩ ତାରିଖରେ ସଂସଦ ଗୃହରେ ସ୍ମୋକ ଆଟକ୍ ଘଟଣା ପରେ ସଜାଗ ହୋଇଛନ୍ତି ସରକାର। ସାଧାରଣ ଦର୍ଶକ ମାନକ ପ୍ରବେଶ ପାଇଁ ଥିବା ନିୟମକୁ କଡାକଡି କରାଯାଇ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଯାଇଛି। ତେବେ ଇଛୁକ ଦର୍ଶକଙ୍କୁ ଏଥିପାଇଁ ଆଗୁଆ ଆବେଦନ କରିବାକୁ ପଡ଼ିବ। ଆବେଦନ ମଞ୍ଜୁର ହେବା ପରେ ଦର୍ଶକଙ୍କ ମୋବାଇଲରେ ଏକ QR କୋଡ୍ ଆସିବ । QR କୋଡ୍ ଏବଂ ଆପଣଙ୍କର ଆଧାର କାର୍ଡ ଦେଖାଇବା ପରେ, ପ୍ରତ୍ୟେକ ପରିଦର୍ଶକଙ୍କର ବାୟୋମେଟ୍ରିକ୍ସ ହେବ । ଏହା ପରେ ଫଟୋ ଉଠାଯିବ ଏବଂ ତା’ପରେ ପ୍ରତ୍ୟେକ ପରିଦର୍ଶକ ଏକ ସ୍ମାର୍ଟ ଏଣ୍ଟ୍ରି କାର୍ଡ ପାଇବେ । ପ୍ରତ୍ୟେକ ଗେଟ୍ ରେ ସ୍ମାର୍ଟ କାର୍ଡ ଦେଖାଇବା ଏବଂ ବାୟୋମେଟ୍ରିକ୍ ନିଶ୍ଚିତ କରିବା ପରେ ହିଁ ପ୍ରବେଶ ଅନୁମତି ଦିଆଯିବ ।

ସୂଚନାଯୋଗ୍ୟ, ଗତ ବର୍ଷ ଡିସେମ୍ବର ୧୩ ରେ ସଂସଦର ସୁରକ୍ଷା କ୍ଷେତ୍ରରେ ବହୁତ ବଡ ତୃଟି ପରିଲିକ୍ଷିତ ହୋଇଥିଲା । ସଂସଦରେ ଶୀତ ଅଧିବେଶନ ଚାଲିଥିଲା ବେଳେ ହଠାତ୍ ଦୁଇ ଜଣ ଲୋକ ଭିଜିଟର ଗ୍ୟାଲେରୀରୁ ଲୋକସଭାକୁ ଡେଇଁପଡିଥିଲେ ଏବଂ ସେଠାରେ ହଙ୍ଗାମା ସୃଷ୍ଟି କରିଥିଲେ । କେବଳ ଏତିକି ନୁହେଁ, ଯେତେବେଳେ ଅନ୍ୟ ଦୁଇ ଜଣ ବ୍ୟକ୍ତି ଲୋକସଭାରେ ପ୍ରବେଶ କରିପାରିନଥିଲେ, ସେମାନେ ସଂସଦ ଭବନର ଫାଟକରେ ହିଁ ହଙ୍ଗାମା ଆରମ୍ଭ କରିଥିଲେ । ହାଲୁକା ରଙ୍ଗର ଧୂଆଁ କ୍ରାକର ଏବଂ ରଙ୍ଗୀନ ଧୂଆଁ ସ୍ପ୍ରେ କରିଥିଲେ । ଏହା ପରେ ସଂସଦର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଥିଲା । ଆଶ୍ଚର୍ଯ୍ୟଜନକ କଥା ହେଲା ୨୦୦୧ ରେ ସଂସଦ ଉପରେ ହୋଇଥିବା ଆକ୍ରମଣର ବାର୍ଷିକୀରେ ୧୩ ଡିସେମ୍ବର ଦିନ ହିଁ ଏହି ଘଟଣା ଘଟିଥିଲା ।

Related Posts