ଭୁବନେଶ୍ୱର,୨୯/୧(ସତ୍ୟପାଠ ବ୍ୟୁରୋ): ବିହାର ରାଜନୀତିର ହଟଚମଟ ସାଙ୍ଗକୁ ରାଜନୀତି ରେ ବୟନବବାଜି ଦିନକୁ ଦିନ ବିହାର ରାଜନୀତିକୁ କୁ ସରଗରମ କରୁଛି। ମହାଗଠବନ୍ଧନରୁ ବାହାରି ପୁଣି ବିଜେପି ସମର୍ଥନରେ ବିହାରରେ ନବମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନୀତୀଶ କୁମାର। ନୀତୀଶ ବାରମ୍ବାର ମେଣ୍ଟ ପରିବର୍ତ୍ତନ କରୁଥିବା ଯୋଗୁ ବିଭିନ୍ନ ମହଲରେ ଏହାକୁ ନେଇ ଆଲୋଚନା ଚାଲିଥିବା ବେଳେ ତାଙ୍କୁ ‘ବହୁରୂପୀ ଏଣ୍ଡୁଅ ରତ୍ନ’ ପୁରସ୍କାର ଦିଆଯାଉ ବୋଲି କହିଛନ୍ତି ଆରଜେଡି ବିଧାୟକ ତେଜ ପ୍ରତାପ ଯାଦବ। ଏହା ସହିତ ସେ ନୀତୀଶ କୁମାରଙ୍କୁ ପଲଟିସ୍ କୁମାର ବୋଲି କହିଛନ୍ତି।
ତେଜ ପ୍ରତାପ ତାଙ୍କ ‘ଏକ୍ସ’ରେ ଲେଖିଛନ୍ତି, ବହୁରୂପୀ ଏଣ୍ଡୁଅ ବାରମ୍ବାର ତା’ର ଶରୀରର ରଙ୍ଗ ବଦଳାଇଥାଏ। ପଲ୍ଟିସ୍ କୁମାରଙ୍କୁ ବହୁରୂପୀ ଏଣ୍ଡୁଅ ରତ୍ନ ପୁରସ୍କାର ଦିଆଯିବା ଉଚିତ। ବାରମ୍ବାର ସେ ତାଙ୍କର ରାଜନୀତିକ ସହଯୋଗୀ ଦଳ ପରିବର୍ତ୍ତନ କରୁଥିବାରୁ ତାଙ୍କୁ ଏଭଳି ପୁରସ୍କାର ଦିଆଯିବା ଉଚିତ୍।





