ବିଧାନସଭାରେ ହଙ୍ଗାମା; ବାଚସ୍ପତିଙ୍କ ମାଇକ୍‌ ଭାଙ୍ଗିଲେ ବିଜେପି ବିଧାୟକ ନାଉରୀ ନାଏକ

ଭୁବନେଶ୍ୱର,୭/୨(ସତ୍ୟପାଠ ବ୍ୟୁରୋ):  ଚାଲିପାରୁନି ବିଧାନସଭା। ବାରମ୍ବାର ଗୃହ ମୁଲତବୀ ହେବା ପରେ ଅପରାହ୍ମ ୪ଟାରେ ପୁଣି ଥରେ ଆରମ୍ଭ ହୋଇଥିଲା ଗୃହକାର୍ଯ୍ୟ । କିଛି ସମୟ ଗୃହକାର୍ଯ୍ୟ ସ୍ୱାଭାବିକ ଚାଲିବା ପରେ ପୁଣି ବିଧାନସଭାରେ ହୋହଲ୍ଲା ଆରମ୍ଭ କରିଥିଲେ ବିରୋଧୀ। ଏପରିକି ବିରୋଧୀ ବାଚସ୍ପତିଙ୍କ ମାଇକ୍‌ ଭାଙ୍ଗିଥିଲେ। ପୋଡିୟମରେ ଚଢ଼ି ବାଚସ୍ପତିଙ୍କ ମାଇକ୍‌ ଭାଙ୍ଗିଲେ ବିଜେପି ବିଧାୟକ ନାଉରୀ ନାଏକ। ପ୍ରବଳ ହଟ୍ଟଗୋଳ ଯୋଗୁଁ ଗୃହକୁ ୫ଟାରୁ ୬ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି।

ତେବେ ବଜେଟ୍‌ ଅଧିବେଶନର ତୃତୀୟ ଦିନରେ ଗୃହ ଆରମ୍ଭରୁ ଅର୍ପଣ ରଥରେ ଉଷୁନା ଚାଉଳ ପ୍ରସଙ୍ଗରେ ହୋହଲ୍ଲା କରିଥିଲେ ବିରୋଧୀ। ବିଜେପି ବିଧାୟକମାନେ ଗୃହ ମଧ୍ୟ ଭାଗକୁ ଯାଇ ପୋଷ୍ଟର ଧରି ପ୍ରତିବାଦ କରିଥିଲେ। ସେପଟେ ପରୀ ମାମଲାରେ ବିଜେପି ରାଜନୀତି କରୁଥିବା ଅଭିଯୋଗ ଆଣି ବିଜେଡି ଗାନ୍ଧି ମୂର୍ତ୍ତି ତଳେ ଧାରଣା ଦେଇଥିଲା। ବିଜେପି ମଧ୍ୟ ଗୃହ ବାହାରେ ପୋଷ୍ଟର ଧରି ପ୍ରତିବାଦ କରିଥିଲା

Related Posts