ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବିଜେଡିରେ ଯୋଗଦେଲେ ସଂତୃପ୍ତ ମିଶ୍ର। ପୂର୍ବରୁ ସଂତୃପ୍ତ ମିଶ୍ର ଆଦିତ୍ୟ ବିର୍ଲା ଗ୍ରୁପର ସିଇଓ ଭାବେ କାର୍ଯ୍ୟରତ ଥିଲେ। ଗତ ଡିସେମ୍ବରରେ ଚାକିରିରୁ ସ୍ଵେଛାକୃତ ଅବସର ନେଇଥିଲେ।
ଆଜି ସେ ବିଜୁ ଜନତା ଦଳରେ ବିଧିବଦ୍ଧ ଭାବେ ଯୋଗଦେଇଛନ୍ତି | ତେବେ ଆଗକୁ ରାଜ୍ୟସଭା ନିର୍ବାଚନ ଥିବାବେଳେ ସେ ରାଜ୍ୟସଭା ଯାଇପାରନ୍ତି ବୋଲି କୁହାଯାଉଛି | ତେବେ ଓଡିଶାରୁ ତିନୋଟି ରାଜ୍ୟସଭା ଆସନ ଖାଲି ହୋଇଛି ଓ ଏହାର ନିର୍ବାଚନ ପାଇଁ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି |





