ଏକ ଲୋକପ୍ରିୟ ଢଗ ଅଛି ଯେ “ପ୍ରତ୍ୟେକ ସଫଳ ପୁରୁଷଙ୍କ ପଛରେ ଜଣେ ମହିଳା ଥାଆନ୍ତି। ଏହି କଥା ଏମଏସ ଧୋନିଙ୍କ କ୍ଷେତ୍ରରେ ପୁଣିଥରେ ପ୍ରମାଣିତ ହୋଇଛି।
ମହେନ୍ଦ୍ର ସିଂ ଧୋନି ବିଶ୍ୱସ୍ତରରେ ଜଣେ ଲୋକପ୍ରିୟ କ୍ରିକେଟର ଭାବରେ ପରିଚିତ। ଟିମ୍ ଇଣ୍ଡିଆର ଅଧିନାୟକ ଭାବରେ ତାଙ୍କର କାର୍ଯ୍ୟକାଳ ଅବସରପରେ ମଧ ବେଶ୍ ସ୍ମରଣୀୟ ଏବଂ ପ୍ରଶଂସନୀୟ। ଆଇପିଏଲ ବ୍ୟତୀତ ସମସ୍ତ ପ୍ରକାର କ୍ରିକେଟରୁ ଅବସର ନେଇଥିବା ଏମଏସ ଧୋନି ବର୍ତ୍ତମାନ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଅଛନ୍ତି ଏବଂ ବାର୍ଷିକ ପ୍ରାୟ 50 କୋଟି ଟଙ୍କା ରୋଜଗାର କରୁଛନ୍ତି।
ତେବେ ‘କ୍ୟାପଟେନ୍ କୁଲ୍’ଙ୍କର ଏହି ଚମତ୍କାର ସଫଳତା ପଛରେ ତାଙ୍କ ବଡ଼ ଭଉଣୀ ଜୟନ୍ତୀ ଗୁପ୍ତାଙ୍କର ପ୍ରମୁଖ ଭୂମିକା ରହିଛି | ଧୋନି ଏକ ମଧ୍ୟବିତ୍ତ ପରିବାରୁ ଆସିଥିବା ବେଳେ ପିତା ଜଣେ ତଳସ୍ତରର ସରକାରୀ ଚାକିରିଆ ଥିଲେ।

ଜୟନ୍ତୀ ଗୁପ୍ତା, ପାନ୍ ସିଂ ଧୋନି ଏବଂ ଦେବକୀ ଦେବୀଙ୍କ ବଡ଼ ଝିଅ ହୋଇଥିବା ବେଳେ ଧୋନିଙ୍କ ଠାରୁ 3-4 ବର୍ଷ ବଡ ଅଟନ୍ତି। ଆରମ୍ଭରୁ ଜୟନ୍ତୀ ତାଙ୍କ ସାନଭାଇଙ୍କୁ ସ୍ନେହ ଏବଂ ସମର୍ଥନ ପ୍ରଦାନ କରୁଥିଲେ। ଯେତେବେଳେ ସେ କ୍ରିକେଟର ହେବାକୁ ଏବଂ ଦେଶର ପ୍ରତିନିଧିତ୍ୱ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ ସେତେବେଳେ ସେ ତାଙ୍କୁ କ୍ରୀଡ଼ା ପ୍ରତି ଆଗ୍ରହ ଦେଖାଇବା ପାଇଁ ଉତ୍ସାହିତ କରିଥିଲେ। ତାଙ୍କ ପିତା ପାନ୍ ସିଂ ପୁଅଙ୍କର କ୍ରିକେଟର ହେବାର ନିଷ୍ପତ୍ତି ବିରୁଦ୍ଧରେ ଥିଲେ ମଧ୍ୟ ଜୟନ୍ତୀ ତାଙ୍କ ସପକ୍ଷରେ ଛିଡା ହୋଇଥିଲେ।
ଯଦିଓ ତାଙ୍କ ଭାଇ ଦୁନିଆର ସବୁଠାରୁ ଲୋକପ୍ରିୟ କ୍ରିକେଟର ଏବଂ ତାଙ୍କର ମୋଟ ସମ୍ପତି 1000 କୋଟିରୁ ଅଧିକ, ତାପରେ ମଧ୍ୟ ଜୟନ୍ତୀ ଏକ ସାଧାରଣ ଜୀବନଯାପନକୁ ବଜାୟ ରଖିଛନ୍ତି ଏବଂ ଗଣମାଧ୍ୟମରୁ ଦୂରେଇ ରହିବାକୁ ଚେଷ୍ଟା କରୁଛନ୍ତି | ବର୍ତ୍ତମାନ ସେ ଝାଡଖଣ୍ଡର ରାଞ୍ଚିସ୍ଥିତ ଏକ ସରକାରୀ ବିଦ୍ୟାଳୟରେ ଇଂରାଜୀ ଶିକ୍ଷକ ଭାବରେ କାର୍ଯ୍ୟ କରୁଛନ୍ତି।
ଜୟନ୍ତୀ ଧୋନିଙ୍କ ଜଣେ ଘନିଷ୍ଟ ବନ୍ଧୁ ଗୌତମ ଗପ୍ତାଙ୍କୁ ବିବାହ କରିଥିଲେ। ଧୋନିଙ୍କ ସଫଳତା ଯାତ୍ରାରେ ଗୌତମଙ୍କର ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଏବଂ ତାଙ୍କ କ୍ୟାରିୟର ଆରମ୍ଭରେ ରାଜ୍ୟ ତଥା ଜିଲ୍ଲା ସ୍ତରରେ ତାଙ୍କୁ ସାହାଯ୍ୟ କରିଥିଲେ। ଏହି ତଥ୍ୟ ଧୋନିଙ୍କ ବାୟୋପିକ “ଏମଏସ ଧୋନି ଦ ଅନଟୋଲ୍ଡ ଷ୍ଟୋରୀ” ରେ ମଧ୍ୟ ଚିତ୍ରିତ ହୋଇଥିଲା |
