ପରଲୋକରେ ପୂର୍ବତନ ବିଧାୟିକା ଭି. ସୁଜ୍ଞାନ କୁମାରୀ ଦେଓ

ଭୁବନେଶ୍ୱର,(ସତ୍ୟପାଠ ବ୍ୟୁରୋ): ପରଲୋକରେ ଭି. ସୁଜ୍ଞାନ କୁମାରୀ ଦେଓ । ଚେନ୍ନାଇ ସ୍ଥିତ ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଛନ୍ତି ଭି. ସୁଜ୍ଞାନ କୁମାରୀ ଦେଓ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଓ କବିସୂର୍ଯ୍ୟନଗରରୁ ୧୦ ଥର ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ। ଭି. ସୁଜ୍ଞାନ କୁମାରୀ ଦେଓଙ୍କ ପରଲୋକରେ ରାଜ୍ୟ ରାଜନୀତି ଜଗତରେ ଖେଳିଯାଇଛି ଶୋକର ଛାୟା ।

ଖବର ଅନୁଯାୟୀ, ଗତ କିଛି ଧରି ପୂର୍ବତନ ବିଧାୟିକା ଭି.ସୁଜ୍ଞାନ କୁମାରୀ ଦେଓଙ୍କ ଦେହ ଅସୁସ୍ଥ ଥିଲା । ଯେଉଁଥି ଲାଗି ତାଙ୍କୁ ଚେନ୍ନାଇ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଲଗାତର ଭାବେ ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖାଯାଇଥିଲା । ସୁଜ୍ଞାନଙ୍କ ସ୍ୱାସ୍ଥ୍ୟ ବିଷୟରେ ଖବର ପାଇ ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚେନ୍ନାଇ ଗସ୍ତ କରିଥିଲେ । ତାଙ୍କ ସହିତ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ, ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, 5T ଓ ନବୀନ ଓଡିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍‌ ଏବଂ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଗସ୍ତ କରିଥିଲେ । ହେଲେ ବିଳମ୍ବିତ ରାତିରେ ପୂର୍ବତନ ବିଧାୟିକା ଭି. ସୁଜ୍ଞାନ କୁମାରୀ ଦେଓଙ୍କ ପରଲୋକ ହୋଇଯାଇଛି ।

ସୁଜ୍ଞାନ କୁମାରୀଙ୍କୁ ଭେଟିବାକୁ ଚେନ୍ନାଇ ଡାକ୍ତରଖାନାରେ ମୁଖ୍ୟମନ୍ତ୍ରୀ

ବିଜୁ ଜନତା ଦଳର ଜଣେ ବରିଷ୍ଠ ନେତା ଥିଲେ ଭି. ସୁଜ୍ଞାନ କୁମାରୀ ଦେଓ । ୧୯୬୧ ରୁ ୨୦୧୪ ଯାଏଁ ଓଡିଶା ବିଧାନସଭାକୁ ବିଧାୟିକା ଭାବେ ହୋଇଥିଲେ ନିର୍ବାଚିତ । ସେ ଖଲ୍ଲିକୋଟ ଏବଂ କବିସୂର୍ଯ୍ୟନଗରରୁ ୧୦ ଥର ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ । ଖଲ୍ଲିକୋଟ ନିର୍ବାଚନମଣ୍ଡଳୀରୁ ୮ଥର ଓ କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀରୁ ୨ ଥର ବିଧାୟିକା ଥିଲେ । ୩୦ ବର୍ଷ ବୟସରେ ପ୍ରଥମ ଥର ପାଇଁ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ । ୫୦ ବର୍ଷରୁ ଅଧିକ ସମୟ ଯାଏଁ ଓଡିଶା ରାଜନୀତିରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ ଭି. ସୁଜ୍ଞାନ କୁମାରୀ ଦେଓ ।

Related Posts