ଏନଏସି ମାନ୍ୟତା ଦାବିରେ ୧୨ ଘଣ୍ଟିଆ ବଙ୍ଗୋମୁଣ୍ଡା ବନ୍ଦ

ଭୁବନେଶ୍ୱର,(ସତ୍ୟପାଠ ବ୍ୟୁରୋ): ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡାକୁ ଏନଏସି ମାନ୍ୟତା ଦାବି ନେଇ ବଙ୍ଗୋମୁଣ୍ଡା ପଞ୍ଚାୟତବାସୀଙ୍କ ପକ୍ଷରୁ ୧୨ ଘଣ୍ଟିଆ ବଙ୍ଗୋମୁଣ୍ଡା ବନ୍ଦ ପାଳନ କରାଯାଉଛି। ବଙ୍ଗୋମୁଣ୍ଡାକୁ ଏନଏସି ନ କରାଯାଇ ଅଣଦେଖା କରିଥିବା ବେଳେ ଦୀର୍ଘ ବର୍ଷ ହେଲା ବଙ୍ଗୋମୁଣ୍ଡାକୁ ଏନଏସି ଦାବି ନେଇ ଆନ୍ଦୋଳନ କରାଯାଇଥିଲା ହେଲେ ନୂତନ ଏନଏସି ଘୋଷଣାରେ ବଙ୍ଗୋମୁଣ୍ଡା ନାମ ନଥିବାରୁ ଅଞ୍ଚଳବାସୀ ନିରାଶ ହୋଇଛନ୍ତି।

ଆଜି ସକାଳ ୬ ଘଟିକାରୁ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ପାଳନରେ ବିଭିନ୍ନ ସଂଗଠନ ପକ୍ଷରୁ ସମର୍ଥନ କରାଯାଇଛି। ସରକାରୀ ଓ ବେସରକାରୀ ଅନୁଷ୍ଠାନ, ଦୋକାନ ବଜାର, ଗାଡ଼ି ଚଳାଚଳ ବନ୍ଦ ରହିଛି। ଛାତ୍ରଛାତ୍ରୀଙ୍କ ପରୀକ୍ଷା ସହ ଜରୁରୀକାଳୀନ କାର୍ଯ୍ୟକୁ ବାଦ ଦିଆଯାଇଛି। ଶାନ୍ତିଶୃଙ୍ଖଳା ପାଇଁ ପୁଲିସ ମୁତୟନ ହୋଇଛି। ପ୍ରଥମେ ମାଟି ପରେ ପାର୍ଟି ବୋଲି ରାଜନୈତିକ ଦଳଗୁଡ଼ିକ ପକ୍ଷରୁ କୁହାଯାଇଛି। ଆଗାମୀ ଦିନରେ ସରକାର ଏନଏସି ଘୋଷଣା ନ ହେଲେ ଆଇନ ଆମାନ୍ୟ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି।

ଏଥିରେ ଅଜିତ ଯୋଶ ( ସରପଞ୍ଚ ,ବଙ୍ଗୋମୁଣ୍ଡା) କେଶବ ନାରାୟଣ ଜୈନ(ବ୍ଲକ ଉପାଧ୍ୟକ୍ଷ), ଆନନ୍ଦ ଅଗ୍ରୱାଲ ( ବଙ୍ଗୋମୁଣ୍ଡା ବାସିନ୍ଦା ) ସାମିଲ ଥିବା ବେଳେ ବଙ୍ଗୋମୁଣ୍ଡା ନାଗରିକ ମଞ୍ଚ, ଶ୍ରୀରାମ ସେନା ସଂଗଠନ, ମାରବାଡ଼ି ଯୁବା ମଞ୍ଚ, ଚୋୖଷଠି ଯୋଗନୀ ସାହିତ୍ୟ କଳା ପରିଷଦ, ଇନ୍ଦ୍ରଧନୁ, ବାରିକ ସମାଜ, ଖଡୁରା ସମାଜ, ଯୁବ ଯାଦବ ମହାସମାଜ, କୁମ୍ଭାର ସମାଜ, ବଙ୍ଗୋମୁଣ୍ଡା ସାମ୍ବାଦିକ ସଂଘ, କୋଶ୍ଳିଶ୍ୱର ମାଳି ସମାଜ, ଡ୍ରାଇଭର ୟୁନିଅନ, ଭୁଲିଆ ସମାଜ, ବ୍ରାହ୍ମଣ ସମାଜ ତୈଳିକ ବୈଶ୍ୟ ସମାଜ ଭଳି ଅନେକ ସଂଗଠନ ଏଥିରେ ସାମିଲ ରହିଛନ୍ତି।

Related Posts