ଭୁବନେଶ୍ୱର, ୦୩/୩(ସତ୍ୟପାଠ ବ୍ୟୁରୋ): ବିଜେଡି ଛାଡିଲେ ଆଉ ଜଣେ ନେତା । ମାଲକାନଗିରିର ପୂର୍ବତନ ବିଜେଡି ବିଧାୟକ ମୁକୁନ୍ଦ ସୋଡି ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି । ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ନେଇ ଦଳୀୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଜଣାଇଛନ୍ତି ମୁକୁନ୍ଦ।
୨୦୦୯ ମସିହାରେ ବିଜେଡି ଟିକେଟରୁ ଲଢ଼ି ମାଲକାନଗିରି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ମାଲକାନଗିରିର ଜଣେ ଜଣାଶୁଣା ଚେହେରା ଭାବେ ପରିଜିତ ମୁକୁନ୍ଦ ହଠାତ୍ ଦଳରୁ ଇସ୍ତଫା ଦେବା ବଡ ଝଟ୍କା । କାରଣ ଜିଲ୍ଲାରେ ତାଙ୍କର ଦବଦବା ରହିଥିବା ବେଳେ ସଙ୍ଗଠନ ମଧ୍ୟ ସୁଦୃଢ ରଖିଛନ୍ତି । ତେଣୁ ଏବେ ସେ ବିଜେଡି ଛାଡିବା ପରେ ବିଜେପିରେ ମିଶିବା ନେଇ ଚର୍ଚ୍ଚା ହେଉଛି ।
ପୂର୍ବତନ ବିଧାୟକ ମୁକୁନ୍ଦ ସୋଡି ୨୦୦୯ ମସିହାରେ ବିଜେଡି ଟିକେଟ୍ରୁ ଲଢି ବିଜୟୀ ହୋଇଥିଲେ । ପରେ ୨୦୧୯ରେ ମଧ୍ୟ ଦଳ ପକ୍ଷରୁ ଟିକେଟ ମିଳିଥିଲା । କିନ୍ତୁ ପରାଜିତ ହୋଇଥିଲେ ମୁକୁନ୍ଦ । ତେବେ ସେ ବିଜେପିରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ମୁକୁନ୍ଦ ବିଜେଡି ଛାଡ଼ିବା ନେଇ ଜିଲ୍ଲା ରାଜନୀତିକୁ ସରଗରମ କରିଛି । ଅନ୍ୟପଟେ ନିର୍ବାଚନରେ ଏହା କିଭଳି ରହୁଛି ପ୍ରଭାବ ତାକୁ ନେଇ ଲାଗିରହିଛି ଚର୍ଚ୍ଚା ।





