‘ସ୍ୱାମୀମାନେ ମୋଦି ମୋଦି ଜପ କରୁଥିଲେ ସେମାନଙ୍କୁ ଖାଇବାକୁ ଦିଅନାହିଁ’; ମହିଳା ସମାବେଶରେ କହିଲେ କେଜ୍ରିୱାଲ

ଭୁବନେଶ୍ୱର,୧୦/୩(ସତ୍ୟପାଠ ବ୍ୟୁରୋ):  ‘ସ୍ୱାମୀମାନେ ମୋଦି ମୋଦି ଜପ କରୁଥିଲେ ସେମାନଙ୍କୁ ଖାଇବାକୁ ଦିଅନାହିଁ’ ବୋଲି ମହିଳା ସମାବେଶରେ କହିଛନ୍ତି କେଜ୍ରିୱାଲ। ଶନିବାର ଦିଲ୍ଲୀରେ ଏକ ମହିଳା ସମ୍ମାନ ସମାବେଶରେ ଯୋଗ ଦେଇ ଏହି କଥା କହିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। 

କେଜ୍ରିୱାଲ କହିଥିଲେ, ଅନେକ ପୁରୁଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମ ଜପ କରୁଛନ୍ତି। ସେମାନଙ୍କୁ ଆପଣମାନେ ଠିକ୍ କରିପାରିବେ। ଯେଉଁମାନଙ୍କ ସ୍ୱାମୀମାନେ ମୋଦି ନାମ ଜପ କରୁଛନ୍ତି, ସେମାନେ ସ୍ୱାମୀମାନଙ୍କୁ ଖାଇବାକୁ ଦିଅନ୍ତୁ ନାହିଁ। ସେହିପରି ଆପ୍‌କୁ ସମର୍ଥନ କରିବାକୁ ଆପଣମାନେ ଆପଣମାନଙ୍କ ପରିବାର ଲୋକଙ୍କୁ କୁହନ୍ତୁ। ଆପ୍‌କୁ ସମର୍ଥନ କରିବାକୁ ସେମାନଙ୍କୁ ଆପଣମାନଙ୍କ ମୁଣ୍ଡ ଛୁଇଁ ଶପଥ ନେବାକୁ କୁହନ୍ତୁ। ଏବଂ ମହିଳା ସଶକ୍ତିକରଣ ନିମନ୍ତେ ବିଭିନ୍ନ ପଦକ୍ଷେପ ବିଷୟରେ ଭାଷଣ ରଖିଥିଲେ।

Related Posts