ଭୁବନେଶ୍ୱର,୧୨/୩(ସତ୍ୟପାଠ ବ୍ୟୁରୋ): ହାରିଆଣାରେ ରାଜନୈତିକ ଅସ୍ଥିରତା ଭିତରେ ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ମନୋହର ଲାଲ ଖଟ୍ଟର ଏବଂ ତାଙ୍କ ସହ ପୂରା କ୍ୟାବିନେଟ ମଧ୍ୟ ଇସ୍ତଫା ଦେଇଛି। ମନୋହର ଲାଲ ଖଟ୍ଟର ମୁଖ୍ୟମନ୍ତ୍ରୀ ଆସନ ଛାଡିବା ପରେ ନାୟାବ ସିଂହ ସୌନି ହରିଆଣାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି କୁହାଯାଉଛି।
ନାୟାବ ସିଂହ ହେଉଛନ୍ତି ଖଟ୍ଟରଙ୍କ ଘନିଷ୍ଠ ସହଯୋଗୀ। ଏହା ବ୍ୟତୀତ ତାଙ୍କର ରାଜନୀତିରେ ଅନେକ ଅଭିଜ୍ଞତା ମଧ୍ୟ ଅଛି। ନାୟାବ ସିଂହ ଓବିସିର ସୌନି ସମ୍ପ୍ରଦାୟର ଅଟନ୍ତି। ବର୍ତ୍ତମାନ ସେ ହରିଆଣା ବିଜେପିର ସଭାପତି ଅଛନ୍ତି। ଏହା ବ୍ୟତୀତ ସେ କୁରୁକ୍ଷେତ୍ରରୁ ବିଜେପି ଏମ୍ପି ମଧ୍ୟ ଅଟନ୍ତି। ନାୟାବ ହରିଆଣା ସରକାରରେ ମନ୍ତ୍ରୀ ରହିଛନ୍ତି। ସେ ୨୦୧୪ ରୁ ୨୦୧୯ପର୍ଯ୍ୟନ୍ତ ବିଧାୟକ ଥିଲେ।





