ସରପଞ୍ଚଙ୍କ ପରେ ବଢ଼ିଲା ମେୟରଙ୍କ ଦରମା; ମାସକୁ ପାଇବେ ୫୦ ହଜାର ଟଙ୍କା

ଭୁବନେଶ୍ୱର,13/3(ସତ୍ୟପାଠ ବ୍ୟୁରୋ) : ସାଧାରଣ ନିର୍ବାଚନ ପୂର୍ବରୁ ଏବେ ସବୁ ବର୍ଗର ଦରମା ବଢ଼ାଇବାରେ ବେସ୍ତ ରାଜ୍ୟ ସରକାର ଏହିକ୍ରମରେ ଆଜି ପଞ୍ଚାୟତିରାଜ ପ୍ରତିନିଧିଙ୍କ ଦରମା ବୃଦ୍ଧି ପରେ ଆଜି ପୌରାଞ୍ଚଳଗୁଡ଼ିକର ନିର୍ବାଚିତ ପ୍ରତିନିଧିଙ୍କ ପାଳି ପାଡିଛି। ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ପୌରାଞ୍ଚଳର ନିର୍ବାଚିତ ପ୍ରତିନିଧି ମାନଙ୍କ ଦରମା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଏହା ଫଳରେ ମେୟର, ଡେପୁଟି ମେୟର, ପୌର ପରିଷଦ ଅଧ୍ୟକ୍ଷ ତଥା ପୌର ପରିଷଦ ଉପାଧ୍ୟକ୍ଷ, ମହାନଗର ନିଗର କର୍ପୋରେଟର ପ୍ରମୁଖଙ୍କର ଦରମା ବଢାଯାଇଛି।

ଆଜି ହୋଇଥିବା ଘୋଷଣା ଅନୁଯାୟୀ, ମେୟରଙ୍କ ଦରମା ୫୦ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଏଥିସହ ବର୍ଦ୍ଧିତ ଦରମାର ଆକାରରେ ଡେପୁଟି ମେୟର ପାଇବେ ୨୦ ହଜାର ଟଙ୍କା। ପୌର ପରିଷଦ ଅଧ୍ୟକ୍ଷଙ୍କ ଦରମା ୧୫ ହଜାରକୁ ବୃଦ୍ଧି ପାଇଥିବା ବେଳେ ପୌର ପରିଷଦ ଉପାଧ୍ୟକ୍ଷ ଏଣିକି ପାଇବେ ୧୦ ହଜାର ଟଙ୍କା।

ରାଜ୍ୟର ୫ଟି ମହାନଗର ନିଗମ, ୪୮ଟି ପୌର ପରିଷଦ ଓ ୬୮ଟି ବିଜ୍ଞାପିତ ଅଞ୍ଚଳ ପରିଷଦର ମେୟର, ଡେପୁଟି ମେୟର, ଅଧ୍ୟ, ଉପାଧ୍ୟକ୍ଷ, କର୍ପୋରେଟର ଓ କାଉନସିଲରଙ୍କ ଦରମା ଓ ଭତ୍ତା ବୃଦ୍ଧି ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।

Related Posts