ଓଡ଼ିଶାରେ ୪ ପର୍ଯ୍ୟାୟରେ ନିର୍ବାଚନ; ଜାଣନ୍ତୁ କେଉଁଦିନ କେଉଁଠି ପଡିବ ଭୋଟ୍

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଦେଶର ସାଧାରଣ ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା ହୋଇଛି। ମୁଖ୍ୟ ନିର୍ବାଚନ କମିଶନ ରାଜୀବ କୁମାର ଓ ଦୁଇ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଏବଂ ସୁଖବୀର ସିଂହ ସାନ୍ଧୁ ମିଳିତ ଭାବେ ସାମ୍ବାଦିକ ସମ୍ମିଳନୀ କରି ତାରିଖ ଘୋଷଣା କରିଛନ୍ତି। ଦେଶର ମୋଟ ୫୪୩ ଲୋକସଭା ଆସନ ପାଇଁ ୭ଟି ପର୍ଯ୍ୟାୟରେ ଭୋଟିଂ ହେବ।

ଏହା ସହିତ ଓଡିଶା ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ତାରିଖ ଘୋଷଣା ହୋଇଛି | ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ଭୋଟ ହେବ। ମେ’ ୧୩, ମେ ୨୦, ମେ’ ୨୫ ଓ ଜୁନ ୧ରେ ଓଡ଼ିଶାବାସୀ ସମସ୍ତ ୧୪୭ଟି ଆସନ ପାଇଁ ଭୋଟ ଦେବେ। ଜୁନ ୪ରେ ଲୋକସଭା ସହ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବ।

ଓଡ଼ିଶାରେ ଲୋକସଭା ନିର୍ବାଚନ କେଉଁଠି କେଉଁଦିନ?

-ମେ’ ୧୩: କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର, କୋରାପୁଟ
-ମେ’ ୨୦: ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ, ଆସିକା
-ମେ’ ୨୫: ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ, ଭୁବନେଶ୍ୱର
-ଜୁନ୍‌ ୧: ମୟୂରଭଂଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର

ଲୋକସଭା ପାଇଁ ନିର୍ବାଚନ ସହିତ ସେହି ଲୋକସଭା ନିର୍ବାଚନ ମଣ୍ଡଳୀ ଅଧୀନରେ ଆସୁଥିବା ବିଧାନସଭା ଆସନ ଗୁଡିକ ପାଇଁ ମଧ୍ୟ ସେହିଦିନ ଭୋଟ ଗ୍ରହଣ ହେବ। ଜୁନ ୪ରେ ଲୋକସଭା ସହ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବ।

Related Posts