ଭୁବନେଶ୍ୱର,୧୮/୩(ସତ୍ୟପାଠ ବ୍ୟୁରୋ): ଆଜି ୨୪ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି କେନ୍ଦୁଝର ଟ୍ରକ୍ ମାଲିକ ସଂଘ। ସକାଳୁ ସକାଳୁ କେନ୍ଦୁଝର ଷ୍ଟେସନରେ ଟ୍ରକ୍ ମାଲିକ ସଂଘର କର୍ମକର୍ତ୍ତାମାନେ ଆନ୍ଦୋଳନ କରିଛନ୍ତି।
କେନ୍ଦୁଝର ଶୁଆକାଠି ସ୍ଥିତ ଓଏମସି ଗନ୍ଧମାର୍ଦ୍ଧନ ମାଇନ୍ସ ଠାରୁ ଗୁହାଳଡ଼ିହି ରେଲୱେ ସାଇଡିଂ ପର୍ଯ୍ୟନ୍ତ ଟ୍ରେନ ଲାଇନ ପ୍ରକଳ୍ପକୁ ବିରୋଧ କରି ଟ୍ରକ୍ ମାଲିକ ସଂଘ ଆନ୍ଦୋଳନକୁ ଓହ୍ଲାଇଛି। ଏହି ଟ୍ରେନ ଲାଇନ ଆରମ୍ଭ ହେଲେ ଜିଲ୍ଲାର ହଜାର ହଜାର ଟ୍ରକ୍ ଚଳାଚଳ ବନ୍ଦ ହୋଇଯିବ ବୋଲି ସଂଘ ଅଭିଯୋଗ କରିଛି। ତେବେ ଏହି ଆନ୍ଦୋଳନରେ ଅତ୍ୟାବଶ୍ୟକ ସେବାକୁ ବନ୍ଦରୁ ବାଦ୍ ଦିଆଯାଇଛି। ବସ ମାଲିକ ସଂଘ ଓ ବଣିକ ସଂଘ ସହ ୧୫ରୁ ଅଧିକ ସଙ୍ଗଠନ ବନ୍ଦକୁ ସମର୍ଥନ କରିଛନ୍ତି।
ଟ୍ରକ ମାଲିକଙ୍କ ୨୪ ଘଣ୍ଟିଆ ବନ୍ଦ ଡାକରର ପ୍ରଭାବ ସମଗ୍ର ଜିଲ୍ଲାରେ ପଡ଼ିଛି। ତେଲକୋଇର ଜଗମୋହନପୁର ଓ ତୁରୁମୁଙ୍ଗାରେ NH – 49କୁ ଅବରୋଧ କରିଛନ୍ତି ଟ୍ରକ୍ ମାଲିକ। ସେହିପରି ଆନନ୍ଦପୁର, ଘଟଗାଁ, ହରିଚନ୍ଦନପୁର, ପାଟଣା,ରାଇସୁଆଁ, ପଦ୍ମପୁର, ଝୁମ୍ପୁରା ଓ ରିମୁଳି ଆଦି ସ୍ଥାନରେ ଟ୍ରକ୍ ମାଲିକମାନେ ବିଭିନ୍ନ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି।





