ପଞ୍ଚମ ଥର ରାଷ୍ଟ୍ରପତି ହେବାପରେ ତୃତୀୟ ବିଶ୍ୱଯୁଦ୍ଧ ପାଇଁ ପୁଟିନଙ୍କ ରଣହୁଙ୍କାର

 ଭୁବନେଶ୍ୱର,୧୮/୩(ସତ୍ୟପାଠ ବ୍ୟୁରୋ): ପଞ୍ଚମ ଥର ପାଇଁ ରୁଷ୍‌ର ରାଷ୍ଟ୍ରପତି ହେବା ପରେ ତୃତୀୟ ବିଶ୍ବ ଯୁଦ୍ଧ ପାଇଁ ଚେତାବନୀ ଦେଇଛନ୍ତି ଭ୍ଲାଦିମିର୍‌ ପୁଟିନ୍‌। ପୁଟିନ ପାଶ୍ଚାତ୍ୟ ଦେଶକୁ ଚେତାବନୀ ଦେଇଛନ୍ତି ଯେ ତାଙ୍କ ଦେଶ ଏବଂ ଆମେରିକାର ନେତୃତ୍ୱାଧୀନ ନାଟୋ ସାମରିକ ମିଳିତ ମଞ୍ଚ ମଧ୍ୟରେ ସିଧାସଳଖ ବିବାଦର ଅର୍ଥ ହେଉଛି ବିଶ୍ବ ଯୁଦ୍ଧଠାରୁ ପୃଥିବୀ ମାତ୍ର କିଛି ପାଦ ଦୂରରେ।

ଆଣବିକ ଯୁଦ୍ଧର ବିପଦ ବିଷୟରେ ପୁଟିନ ଅନେକ ସମୟରେ ଚେତାବନୀ ଦେଇଛନ୍ତି। କିନ୍ତୁ ୟୁକ୍ରେନରେ ୟୁକ୍ରେନରେ ପରମାଣୁ ଅସ୍ତ୍ର ବ୍ୟବହାର କରିବାର ଆବଶ୍ୟକତା ସେ କେବେ ଅନୁଭବ କରିନାହାଁନ୍ତି ବୋଲି କହିଛନ୍ତି।

୮୮ ପ୍ରତିଶତ ଭୋଟ ସହ ପଞ୍ଚମ ଥର ପାଇଁ ସରକାର ଗଢିଛନ୍ତି ପୁଟିନ । ଜିତିବା ପରେ ଋଷ ଆହୁରୀ ଶକ୍ତିଶାଳୀ ହେବ ହେବ ବୋଲି କହିଛନ୍ତି ପୁଟିନ। କେଜିବି ଏଜେଟରୁ ୧୯୯୯ରେ ଦେଶର ମଙ୍ଗ ଧରିଥିଲେ ସେ।

ଏଥର ନିର୍ବାଚନରେ ବିଜୟୀ ହେବା ପରେ ପୁଟିନ ଋଷିଆର ସବୁଠୁ ଅଧିକ ସମୟ ଧରି ଶାସନରେ ରହିଥିବା ଜୋସେଫ ଷ୍ଟାଲିନଙ୍କୁ ପଛରେ ପକାଇ ଦେଇଛନ୍ତି। ନିର୍ବାଚନରେ ଦ୍ୱିତୀୟ ସର୍ବାଧିକ ଭୋଟ ପାଇଥିବା କମ୍ୟୁନିଷ୍ଟ ପ୍ରାର୍ଥୀ ନିକୋଲାଇ ଖାରର୍ଟିନୋଭ ମାତ୍ର ୪ ପ୍ରତିଶତ ଭୋଟ ପାଇଛନ୍ତି

Related Posts