ବିଜେପିରେ ମିଶିଲେ ତେଲେଙ୍ଗାନାର ପୂର୍ବତନ ରାଜ୍ୟପାଳ, ୨ ଦିନ ତଳେ ଦେଇଥିଲେ ଇସ୍ତଫା

 ଭୁବନେଶ୍ୱର,୨୦/୩(ସତ୍ୟପାଠ ବ୍ୟୁରୋ): ତେଲେଙ୍ଗାନାର ପୂର୍ବତନ ରାଜ୍ୟପାଳ ତାମିଲସାଇ ସୁନ୍ଦରରାଜନ ବିଜେପିରେ ଯୋଗ ଦେଇଛନ୍ତି । ସେ ଦୁଇଦିନ ପୂର୍ବରୁ ତେଲେଙ୍ଗାନା ରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିଲେ ।

ତାମିଲ ସାଇ କହିଛନ୍ତି କି, ସେ କେଉଁ ଆସନରୁ ଲୋକସଭା ନିର୍ବାଚନ ଲଢିବେ ତାହା ଦଳର ହାଇକମାଣ୍ଡ ସ୍ଥିର କରିବେ । ମୋତେ ଲୋକଙ୍କର ସେବା କରିବାକୁ ଭଲ ଲାଗୁଥିବାରୁ ମୁଁ ରାଜ୍ୟପାଳ ପଦ ଛାଡିଛି, ମୁଁ ପ୍ରଧାନମନ୍ତ୍ରୀଙ୍କ ଭଳି ଲୋକଙ୍କ ସହ ଯୋଡି ହେବାକୁ ଚାହୁଁଛି ବୋଲି ସେ କହିଛନ୍ତି ।

୬୩ ବର୍ଷିୟା ସୁନ୍ଦରରାଜନ ପେଶାରେ ଜଣେ ଡାକ୍ତର । ସେ ୧୯୬୧ ମସିହାରେ ତାମିଲନାଡୁର କନ୍ୟାକୁମାରୀ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା କେ. ଅନନ୍ତମ ତାମିଲନାଡୁ କଂଗ୍ରେସର ଜଣେ ବରିଷ୍ଠ ନେତା ସହ ସାଂସଦ ଥିଲେ ।

Related Posts