ବିଜେପି ଛାଡ଼ି ବିଜେଡିରେ ମିଶିଲେ ଅଭିନେତ୍ରୀ ଜିନା ସାମଲ

ଭୁବନେଶ୍ୱର,୦୩/୫(ସତ୍ୟପାଠ ବ୍ୟୁରୋ):    ବିଜେପି ଛାଡ଼ି ବିଜେଡିରେ ମିଶିଲେ ଅଭିନେତ୍ରୀ ଜିନା ସାମଲ। ଆଜି କିଛି ସମୟ ପୂର୍ବରୁ ବିଜେପିରୁ ଇସ୍ତଫା ଦେଇଥିଲେ। ଇସ୍ତଫା ଦେବାର କିଛି ସମୟପରେ ବିଜେଡିରେ ଯୋଗଦେଇଛନ୍ତି। ବିଜେପିରୁ ଇସ୍ତଫା ଦେବା ସମୟରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ଇସ୍ତଫା ଗ୍ରହଣ ପାଇଁ ନିବେଦନ କରିଥିଲେ। ପରିଶ୍ରମର ମୂଲ୍ୟ ମିଳିଲାନି ବୋଲି ଚିଠିରେ ଉଲ୍ଲେଖ କରି ଇସ୍ତଫା ଦେଇଥିଲେ। ଏହା ପରେ ସେ ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଥିବା ଖବର ସାମ୍ନାକୁ ଆସିଛି।

ସୂଚନାଯୋଗ୍ୟ, ଗତ ୨୦୨୩ ମାର୍ଚ୍ଚ ୧୧ରେ ବିଜେପିରେ ଯୋଗଦାନ କରିଥିଲେ ଓଲିଉଡ ଅଭିନେତ୍ରୀ ଜିନା। ଅଭିନେତ୍ରୀ ଜିନାଙ୍କ ସହ ତାଙ୍କ ସ୍ୱାମୀ ତଥା ଅଭିନେତା ରୁଦ୍ର ପାଣିଗ୍ରାହୀ ମଧ୍ୟ ବିଜେପିରେ ଯୋଗଦାନ କରିଥିଲେ। ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ମିଶ୍ରଣ ପର୍ବରେ ସାମିଲ୍ ହୋଇଥିଲେ ଦମ୍ପତି।

Related Posts