୧୬ ତାରିଖରେ ରାଜଧାନୀରେ ରୋଡ ସୋ’ କରିବେ ନବୀନ

 

ଭୁବନେଶ୍ୱର,୧୪/୫(ସତ୍ୟପାଠ ବ୍ୟୁରୋ):  ୧୬ ତାରିଖରେ ରାଜଧାନୀ ଭୁବନେଶ୍ଵରରେ ରୋଡ ସୋ’ କରିବେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳୀୟ ପ୍ରାର୍ଥୀଙ୍କ ପାଇଁ କରିବେ ରୋଡ ଶୋ’। ଆସନ୍ତା ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜଧାନୀରେ ମେଗା ରୋଡ ଶୋ’ କରିବେ।

ଏହାକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଉଛି। ଡିସିପିଙ୍କ ନେତୃତ୍ବରେ ସହରରେ ବଡ଼ ଫ୍ଲାଗ ମାର୍ଚ୍ଚ କରାଯାଇଛି।

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ମୁଖ୍ୟମନ୍ତ୍ରୀ ମେଗା ରୋଡ ଶୋ’ କ୍ୟାପିଟାଲ ଥାନା ଅଞ୍ଚଳରୁ ଅର୍ଥାତ୍ ଏକାମ୍ର ନିର୍ବାଚନ ମଣ୍ଡଳୀରୁ ଆରମ୍ଭ ହୋଇ ଖାରବେଳ ନଗର ଥାନା ମଧ୍ୟ ନିର୍ବାଚନ ଓ ନୟାପଲ୍ଲୀ ଥାନା ସମେତ ସହିଦନଗର ଥାନାର ଉତ୍ତର ନିର୍ବାଚନ ମଣ୍ଡଳୀ ପର୍ଯ୍ୟନ୍ତ ଚାଲିବାର କାର୍ଯ୍ୟକ୍ରମ ରହିିଛି। ଅର୍ଥାତ୍ ରାଜଭବନ ଠାରୁ କଳିଙ୍ଗ ଷ୍ଟାଡିୟମ ଦେଇ ବାୟାବାବା ମଠ, ରୂପାଲି ଛକ ଓ ଶିଶୁଭବନ ପର୍ଯ୍ୟନ୍ତ ରୋଡ ଶୋ’ ହେବ ବୋଲି ସୂଚନା ରହିଛି। 

ଅନ୍ୟପଟେ ନିର୍ବାଚନ ପୂର୍ବରୁ ଅପରାଧିକ କାର୍ଯ୍ୟକଳାପ ଓ ଅପରାଧୀଙ୍କୁ ଦମନ କରିବା ସହିତ ନିର୍ବାଚନ ସମୟରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ଓ ଭୋଟରମାନଙ୍କର ମନୋବଳ ବୃଦ୍ଧି କରିବା ନିମନ୍ତେ ଫ୍ଲାଗ୍‌ ମାର୍ଚ୍ଚ କରାଯାଇଥିବା କୁହାଯାଇଛି।ତେବେ ମୁଖ୍ୟମନ୍ତ୍ରୀ ରୋଡ ଶୋ’କୁ ନେଇ କୌଣସି ସ୍ପଷ୍ଟ ପ୍ରତିକ୍ରିୟା ରଖିନାହାନ୍ତି ବରିଷ୍ଠ ଅଧିକାରୀ।

Related Posts