କଟକରେ ଶାହାଙ୍କ ରୋଡ ବିଶାଳ ଶୋ’

ଭୁବନେଶ୍ୱର,୧୫/୫(ସତ୍ୟପାଠ ବ୍ୟୁରୋ): ସିଲ୍ଭର ସିଟିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଶାହ ବିଶାଳ ରୋଡ୍ ଶୋ’ ଯାଇ ବିଜେପି ସମର୍ଥିତ ପ୍ରାର୍ଥୀଙ୍କ ଭୋଟ୍ ଭିକ୍ଷା କରିଛନ୍ତି। ଏଥିରେ ହଜାର ହଜାର ବିଜେପି କର୍ମକର୍ତ୍ତା ଓ ସାଧାରଣ ଜନତା ସାମିଲ୍ ହୋଇଥିଲେ।

ସୋରଡ଼ା ସଭା ସାରିବା ପରେ ଅପରାହ୍ନରେ କଟକ ଟାଉନରେ ପହଞ୍ଚିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। କଟକରେ ପହଞ୍ଚିବା ପରେ ଜିଲ୍ଲା ବିଜେପି ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା।

କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଅମିତ ଶାହ ଗୋପବନ୍ଧୁ ପାର୍କକୁ ଯାଇଥିଲେ। ସେଠାରୁ ଆରମ୍ଭ ହୋଇଥିଲା ବିଜେପିର ବିରାଟ ରୋଡ୍ ଶୋ’। ଏହି ରୋଡ୍ ଶୋ’ରେ କଟକ ଲୋକସଭା ପ୍ରାର୍ଥୀ ଭର୍ତ୍ତୃହରି ମହତାବ, ବିଧାୟକ ପ୍ରାର୍ଥୀମାନେ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ପ୍ରମୁଖ ସାମିଲ ହୋଇଥିଲେ।

ଦୀର୍ଘ ସମୟ ଧରି ରାସ୍ତାର ଦୁଇ ପାର୍ଶ୍ୱରେ ଛିଡ଼ା ହୋଇଥିବା ହଜାର ହଜାର ସଂଖ୍ୟାର ସାଧାରଣ ଜନତା ଓ ବିଜେପି କର୍ମକର୍ତ୍ତାଙ୍କ ଅଭିବାଦନକୁ ହାତ ହଲାଇ ଶାହ ଗ୍ରହଣ କରିଥିଲେ। ଶାହଙ୍କ ରୋଡ୍ ଶୋ’ ଗୋପବନ୍ଧୁ ପାର୍କକୁ ବାହାରି ବକ୍ସି ବଜାର, ତିନିକୋଣିଆ ବଗିଚା, ଦରଘା ବଜାର, ଗୌରୀଶଙ୍କର ପାର୍କ, ନୟାସଡକ ଦେଇ ବାଲୁବଜାର ପର୍ଯ୍ୟନ୍ତ ଯିବ। ସେଠାରୁ ଅମିତ ଶାହ ଭୁବନେଶ୍ୱର ଫେରିବାର ରହିଛି। ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Related Posts