ଓଡ଼ିଶାରେ ରାମାୟଣର ରାମ; ଓଡ଼ିଶାରେ ବିଜେପି ସରକାର ଆଣିବାକୁ ଦେଲେ ଆହ୍ବାନ

ଭୁବନେଶ୍ୱର,୨୨/୫(ସତ୍ୟପାଠ ବ୍ୟୁରୋ):  ଓଡ଼ିଶାରେ ରାମାୟଣର ରାମ । ଲୋକପ୍ରିୟ ଧାରାବାହିକ ରାମାୟଣରେ ଶ୍ରୀରାମଙ୍କ ଭୂମିକାରେ ଥିବା ଅରୁଣ ଗୋଭିଲ ଆଜି କେନ୍ଦୁଝର ଚମ୍ପୁଆରେ ପ୍ରଚାର କରିଛନ୍ତି । 

ସେ ନିର୍ବାଚନୀ ସଭାକୁ ସମ୍ବୋଧନ କରି କହିଛନ୍ତି, ଓଡ଼ିଶାରେ ଲୋକଙ୍କ ଉତ୍ସାହ ଦେଖି ଲାଗୁଛି ଏଠି ସରକାର ବଦଳିବାର ସମୟ ଆସିଛି। ପ୍ରଧାନମନ୍ତ୍ରୀ ମୋଦି ଓ ବିଜେପି ଯୋଗୁଁ ରାମ ମନ୍ଦିର ହୋଇ ପାରିଛି। ଏଠି ବି ବିଜେପି ସରକାର ଆଣନ୍ତୁ ବୋଲି ଓଡ଼ିଶାବାସୀଙ୍କୁ ଆହ୍ୱାନ ଦେଇଛନ୍ତି ବିଜେପି ନେତା ଅରୁଣ ଗୋଭିଲ୍।

ସେ ଜନସଭାକୁ ସମ୍ବୋଧନ କରିବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରି, ଜନସାଧାରଣଙ୍କୁ ଭୋଟ ଦେବାକୁ କଲେ ଅପିଲ୍ । ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ରରେ ଚଳିତ ନିର୍ବାଚନରେ ୪ଶହ ସିଟ୍ ପାର ହେବାକୁ ଯାଉଛି । ଏହି କ୍ରମରେ କେନ୍ଦୁଝର ଲୋକସଭାର ବିଜେପି ସାଂସଦ ପ୍ରାର୍ଥୀ ଅନନ୍ତ ନାୟକ ଓ ସମସ୍ତ ବିଧାନସଭାର ବିଧାୟକ ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ଭୋଟରଙ୍କୁ ଅନୁରୋଧ କରିଛନ୍ତି । ଭୋଟଗ୍ରହଣ ଦିନ ପ୍ରଥମେ ମତସାବ୍ୟସ୍ତ ଓ ପରେ ଜଳପାନ ପାଇଁ ଭୋଟରଙ୍କୁ ଅରୁଣ ଗୋଭିଲ ନିବେଦନ କରିଛନ୍ତି ।

ଚମ୍ପୁଆ ପରେ ତେଲକୋଇ ସହ ଢେଙ୍କାନାଳ ଓ ଭୁବନେଶ୍ୱର ଲୋକସଭା କ୍ଷେତ୍ରରେ ବି ପ୍ରଚାର କରିବେ ଅରୁଣ ଗୋଭିଲ୍। ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ବାଲିପାଟଣାର ଗୋରୁହାଟ ପଡ଼ିଆରେ ନିର୍ବାଚନୀ ସଭାରେ ଯୋଗ ଦେବେ।

Related Posts