ଭୁବନେଶ୍ୱର,୨୯/୫(ସତ୍ୟପାଠ ବ୍ୟୁରୋ): ମୁଁ ସଂପୂର୍ଣ୍ଣ ସୁସ୍ଥ ଅଛି, ପ୍ରଧାନମନ୍ତ୍ରୀଙ୍କୁ ମୋ ସ୍ବାସ୍ଥ୍ୟ ନୁହେଁ ଭୋଟ ଚିନ୍ତା ବୋଲି କହିଛନ୍ତି ନବୀନ। ପ୍ରଧାନମନ୍ତ୍ରୀ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଚିନ୍ତା ପ୍ରକଟା କରିବା ପ୍ରସଙ୍ଗରେ ଉତ୍ତର ରଖିଛନ୍ତି ନବୀନ। ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଡ଼ା ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ମୋ ସ୍ବାସ୍ଥ୍ୟାବସ୍ଥା କଥା ଏକ ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ଉଠାଇଛନ୍ତି। ତଦନ୍ତ କରିବା କଥା କହିଛନ୍ତି। ଭୋଟ ପାଇଁ ପ୍ରଧାନମନ୍ତ୍ରୀଙ୍କ ମୋ ସ୍ବାସ୍ଥ୍ୟାବସ୍ଥା ଚିନ୍ତା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଯଦି ମୋର ଶୁଭ ଚିନ୍ତକ ତାହେଲେ ମୋତେ ଫୋନ୍ କରିପାରିଥାନ୍ତେ। ମୋର ସ୍ୱାସ୍ଥ୍ୟାବସ୍ଥା ଜାଣିବାକୁ କମିଟି ଗଠନ କରିବେ କହିଛନ୍ତି। ଯଦି କମିଟି କରିବେ, ତାହେଲେ ଅପପ୍ରଚାରର ତଦନ୍ତ କରାନ୍ତୁ। ଏହା ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନୀ ଚାଲ୍।
ମୋ ସ୍ବାସ୍ଥ୍ୟକୁ ନେଇ ଗୁଜବ ପ୍ରଚାର ଚାଲିଛି। ସାରା ରାଜ୍ଯରେ ମୁଁ ନିର୍ବାଚନ ପ୍ରଚାର କରୁଛି। ମୋ ସ୍ବାସ୍ଥ୍ୟ ଖରାପ ଥିଲେ ମୁଁ ଏତେ ଖରାରେ ପ୍ରଚାର କରି ନ ଥାନ୍ତି। ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି। ଗୁଜବ ସୃଷ୍ଟିର କାରଣ ଖୋଜିବାକୁ କମିଟି ଗଠନ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଯଦି ଓଡ଼ିଶାର ଭଲ ଚାହୁଁଛନ୍ତି କୋଇଲା ରୟାଲିଟି ରିଭିଜନ୍ କରାନ୍ତୁ। ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା ପ୍ରଦାନ ଦାବି ପୂରଣ କରନ୍ତୁ ବୋଲି ନବୀନ କହିଛନ୍ତି।





