ଭୁବନେଶ୍ୱର,୧୯/୮(ସତ୍ୟପାଠ ବ୍ୟୁରୋ): ବଢିବ ପିଏମ୍ ଆବାସ ଟଙ୍କା। ପିଏମ୍ ଆବାସ୍ ଯୋଜନାରେ ହିତାଧିକାରୀଙ୍କୁ ମିଳୁଥିବା ସହାୟତା ରାଶିର ପରିମାଣ ବୃଦ୍ଧି ପାଇବ। ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ରବି ନାୟକ। ତାଙ୍କ କହିବା ମୁତାବକ, ଖୁବ ଶୀଘ୍ର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କୁ ୧ ଲକ୍ଷ ୨୦ ହଜାର ବଦଳରେ ୧ ଲକ୍ଷ ୮୦ ହଜାର ଟଙ୍କା ମିଳିବ। ଏନେଇ ଖୁବଶୀଘ୍ର ସମ୍ପୂର୍ଣ୍ଣ ଗାଇଡଲାଇନ ଆସିବ।
ସେହିପରି ଶୌଚାଳୟ ପାଇଁ ପୂର୍ବରୁ ୧୨ ହଜାର ଟଙ୍କା ଦିଆଯାଉଥିଲା ବର୍ତ୍ତମାନ ତାକୁ ୨୦ ହଜାର ଟଙ୍କା ଦିଆଯିବା ପାଇଁ ବ୍ୟବସ୍ଥା କରାଯାଇଛି। ପ୍ରତି ଆବାସ ଘରକୁ ମଡେଲ ଗୃହ ଭାବେ ନିର୍ମାଣ କରାଇବେ ରାଜ୍ୟ ସରକାର। ପାଣି, ଶୌଚାଳୟ, ବିଜୁଳି, ସବୁ ଆବାସକୁ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।





